Webportal

ଭାରତୀୟ ରେଳବାଇ ୧୦ ମାସର ଶିଶୁକନ୍ୟାକୁ ଦେଲା ଚାକିରୀ

0 154

ଦଶମାସର ଜଣେ  ଶିଶୁକୁ ରେଳବାଇରେ ମିଳିଛି ନିଯୁକ୍ତି ପତ୍ର। ଛତିଶଗଡ଼ ରାଜ୍ୟରେ ଏଭଳି ନିଯୁକ୍ତି ନେଇ ଏବେ ବେଶ ଚର୍ଚ୍ଚା। ଶିଶୁଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ପୁନଃବସତି ଯୋଜନାରେ ରେଳବାଇ ପକ୍ଷରୁ ଏହି ଅନାଥ ଶିଶୁ କନ୍ୟାକୁ ଏଭଳି ନିଯୁକ୍ତି ପତ୍ର ମିଳିଛି।

ରାଜେନ୍ଦ୍ର କୁମାର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ। ଚୋରଦାରେ ସରକାରୀ ବାସଗୃହରେ ସେ ରହୁଥିଲେ। ତେବେ ସେ ଗତ ଜୁନ୍ ୧ ତାରିଖ ଦିନ ବାଇକ ଯୋଗେ ନିଜ ପତ୍ନୀ ମଞ୍ଜୁଲତାଙ୍କ ସହ ଭିଲାଇ ଯାଉଥିବାବେଳେ ଏକ ରାସ୍ତା ଦୁର୍ଘଟଣାରେ ଏହି ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ଅଳ୍ପ କେ ବର୍ତ୍ତିଯାଇଥିଲା। ତାକୁ ସେଠାରୁ ଉଦ୍ଧାର କରାଯାଇଥିଲା। ଦଶ ମାସର ଶିଶୁକୁ ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତର ସହ ନେଇ ଏକ ସ୍ଵତନ୍ତ୍ର ବୋର୍ଡ ଦ୍ବାରା ରେଳବାଇ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ୧୦ ମାସର ଅନାଥ ଶିଶୁ କନ୍ୟାର ଲାଳନପାଳନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଜୁଲାଇ ୪ ତାରିଖରେ ନିଷ୍ପତ୍ତି ନେଇଥିଲା।

ଶିଶୁଟିକୁ ୧୮ବର୍ଷ ହେବା ଯାଏଁ ସେ ତା’ର ସମ୍ପୂର୍ଣ ଦରମା ପାଇବ ଏବଂ ୧୮ବର୍ଷ ପରେ ତାକୁ ରେଳବାଇ ବିଭାଗରେ ଯୋଗ୍ୟତା ଅନୁଯାୟୀ ରେଳ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ରେଳବାଇ ବିଭାଗ ପକ୍ଷରୁ କୁହା ଯାଇଛି।ଭାରତୀୟ ରେଳବାଇ ଇତିହାସରେ ଏତେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.