Webportal

ଭରତପୁର ଥାନା ମାମଲା: ଭିଡିଓ କିଛି କହୁଛି

ଡିଉଟି ରେ ଥିବା ପୋଲିସ ବାବୁଙ୍କ ଉପରୁ ଆଙ୍ଗୁଳି ହଟାଇ ଦେଇଛି ଆମକୁ ମିଳିଥିବା ଭିଡିଓ

0 206

ଆମକୁ ଭରତପୁର ଥାନା ମାମଲାରେ ମିଳିଥିବା ଭିଡିଓ କିଛି କହିବାକୁ ଚେଷ୍ଟା କରୁଛି। ଭିଡିଓ କୁ ଦେଖିଲେ ସେଦିନ ରାତିରେ ଡିଉଟି ରେ ଥିବା ତମାମ ପୋଲିସ ବାଲାଙ୍କ ଉପରୁ ଆଙ୍ଗୁଠି ଆପେ ଆପେ ହଟୀ ଯାଉଛି।ସମଗ୍ର ରାଜ୍ୟରେ ଚହଳ ପକାଇଥିବା ଭୁବନେଶ୍ବର ଭରତପୁର ଆଦର୍ଶ ଥାନା ମାମଲାର ଭିଡିଓ ଆମ ହସ୍ତଗତ ହୋଇଛି। ଭିଡିଓ କୁ ଘଟଣା ଦିନ ରାତିରେ ଭରତପୁର ଥାନାରେ ରେକର୍ଡ଼ କରାଯାଇଛି। ଭିଡିଓ କୁ ଦେଖିଲେ ଲାଗୁନାହିଁ ଯେ ଅଭିଯୋଗ କାରିଣୀ ମହିଳା ଜଣକ କେହି ବି ଡିଉଟି ରେ ଥିବା ପୋଲିସ ଅଧିକାରୀ କୁ ତାଙ୍କୁ ଦୁର୍ବ୍ୟବହାର କରିବାକୁ ଦେଇଥିବେ ଯାହାର ଅଭିଯୋଗ ସେ କରିଛନ୍ତି। ଯାହା ଜଣାପଡ଼ୁଛି ଥାନାକୁ ଆସିବା ପୂର୍ବରୁ ହୋଉଥିବା ମାଡ଼ପିଟ ରେ ତାଙ୍କୁ ଆଘାତ ଲାଗିଥିବ। ଆଉ ପୋଲିସ ଉପରେ ତାଙ୍କର ଅନ୍ତର୍ବସ୍ତ୍ର ଖୋଲିବା ଓ ତାଙ୍କୁ ଆଇସିସି ଯୌନଙ୍ଗ ଦେଖାଇବା ଭଳି ଗୁରୁତର ଅଭିଯୋଗ ର କୌଣସି ସତ୍ୟତା ନ ଥିବା ଜଣାପଡେ ଏହି ଭିଡିଓ କୁ ଦେଖିଲେ। ବାକି ପୁରା ସତକଥା ତ ସାମ୍ନାକୁ ନିଶ୍ଚୟ ଆସିବ କାରଣ କ୍ରାଇମବ୍ରାଞ୍ଚ ସହିତ ପୋଲିସ ବିଭାଗ ର ଉଚ୍ଚପଦସ୍ତ ଅଧିକାରୀ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଯାହା ଭିଡିଓ ରୁ ଜଣାପଡ଼ୁଛି ମହିଳା ଜଣକ ପାଟିତୁଣ୍ଡ କରିବା ପରେ  ହାତାହାତି କରିଥିବେ। ଏତେ ସବୁ କଥା ପରେ ବା ଘଟଣା ଘଟିବା ପରେ କଥା ବଢିଯାଇଛି ଓ ପରେ ପୋଲିସ ନିଶ୍ଚିନ୍ତ ଭାବେ ଟିକିଏ କଠୋର ହୋଇ ତାଙ୍କୁ ଜେଲକୁ ପଠାଇ ଦେଇଥିବ। ମହିଳା ଜଣକ ଶରୀରରେ କ୍ଷତ ଥାନାକୁ ଆସିବା ପୂର୍ବରୁ ପାଇଥିବା କଥା ତାଙ୍କର ଯେଉଁ ମାନଙ୍କ ସହିତ ରାସ୍ତାରେ ଗଣ୍ଡଗୋଳ ହୋଇଥିଲା ସେମାନେ ଧରା ପଡ଼ିବା ପରେ ପ୍ରମାଣିତ ହୋଇଯିବ ବୋଲି ଆଶା କରାଯାଉଛି। ଯେଉଁ ମହିଳା ପୋଲିସ ର ଆକଟ ସତ୍ତ୍ୱେ ମନଇଚ୍ଛା ଅପରାଧ ନିୟନ୍ତ୍ରଣ ଓ ଅନ୍ୟ କକ୍ଷ କୁ ପଶି ଯାଉଛନ୍ତି ଓ ଥାନା ଭିତରେ କବାଟକୁ ଜୋରରେ ବାଡେଇ ଚାଲିଛନ୍ତି ସେ ପୋଲିସ ବିରୁଦ୍ଧରେ ଅଶ୍ଳୀଳ ଆଚରଣ ଅଭିଯୋଗ କରିବା କେତେ ସତ ହୋଇଥିବ ତାହା ଜଣାପଡୁଛି। ମଧ୍ୟ ରାତ୍ରୀରେ ଜଣେ ମହିଳା ଥାନା ଭିତରେ ବୋଧହୁଏ ନିଶାସକ୍ତ ଅବସ୍ତାରେ ଯେଉଁଭଳି ବ୍ୟବହାର କରିଛନ୍ତି ତାହା ଭିଡ଼ିଓ ରେ ସ୍ପଷ୍ଟ ଭାବରେ ଜଣାପଡୁଛି ଆଉ ପୋଲିସ କେମିତି ଛିଡା ହୋଇଛି ତାହା ମଧ୍ୟ ଦେଖାଯାଉଛି। ଯୁବତୀ ଜଣକ ନିଶାସକ୍ତ ଭଳି ବ୍ୟବହାର କରୁଥିବାରୁ ଓ ମହିଳା ହେଇଥିବା କାରଣରୁ ପୋଲିସ ମଧ୍ୟ ବାଟ ନ ପାଇ ଚୁପ କରି ଛିଡ଼ା ହୋଇଥିବା ଦେଖାଯାଉଛି। ଆଉ କେତେ ଶାନ୍ତି ପୋଲିସ ପାଖରୁ ଆଶା କରାଯାଇ ପାରିବ। ସେ ଯାହା ହେଉ ତଦନ୍ତ ଶେଷ ହେବା ପରେ ସବୁ ସନ୍ଦେହ ଦୂର ହୋଇଯିବ।

Leave A Reply

Your email address will not be published.