Webportal

ବ୍ରହ୍ମା କୁମାରୀ ବିଶ୍ୱ ଵିଦ୍ୟାଳୟ ର ସୁବର୍ଣଜୟନ୍ତି ସମାରୋହ ପାଇଁ ପ୍ରସ୍ତୁତି ବୈଠକ

0 146

ଅନୁଗୁଳରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ର ସୁବର୍ଣ୍ଣ ଜୟନ୍ତୀ ସମରୋହ ପାଳନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅନୁଗୁଳ ଶାନ୍ତି ଅନୁଭୂତି ଧାମ ପରିସରରେ ଆୟୋଜିତ ଏହି ସମ୍ମିଳନୀ ରେ ଅନୁଗୁଳ ଶାଖା ମୁଖ୍ୟ ବି କେ ମିନତୀ, ଉଷା ଭଉଣୀ ଓ ବିଜୟ ଭାଇ ପ୍ରମୁଖ ଯୋଗ ଦେଇ ବୈଠକ ସଂପର୍କରେ ଆଲୋଚନା ଯାଇଥିଲେ। ମିନତୀ ଭଉଣୀ ପ୍ରକାଶ କରିଥିଲେ କି ୧୯୩୭ ମସିହାରେ ଦେଶରେ ଏହି ସଂସ୍ଥା ଏକ ଅନ୍ତର୍ଜାତୀୟ ଏନଜିଓ ଭାବେ ଗଠିତ ହୋଇଥିଲା। ୧୯୭୩ ମସିହାରେ ଅଗଷ୍ଟ ୧୯ ତାରିଖରେ ଓଡିଶା ରେ ଏହାର ଶାଖା ଖୋଲିଥିଲା। ଏହି ବିଶ୍ୱବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ୧୩ ତାରିଖରେ ସଭାରେ ଅନୁଷ୍ଠିତ ହେବ। ଏ ଅବସରରେ ଶାନ୍ତି ଶୋଭାଯାତ୍ରା, ସୁଖୀ ଜୀବନର ମୂଳ ମନ୍ତ୍ର ଉପରେ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ। ଆଧ୍ୟାତ୍ମିକ କ୍ରାନ୍ତି ଦ୍ୱାରା ଚରିତ୍ର ଗଠନ କିଭଳି ହେବ ଏବଂ ଆତ୍ମା ଓ ପରମାତ୍ମା ର ସମ୍ପର୍କ, ରାଜ ଯୋଗର ଉପକାରିତ। ଉପରେ ଆଲୋଚନା ମଧ୍ୟ ଅନୁଷ୍ଠିତହେବ। ଉତ୍କଳ ଗଙ୍ଗା କମଲେଶ ଦିଦି ମଧ୍ୟ ଏଥରେ ଯୋଗ ଦେବେ।ଆଧ୍ୟାତ୍ମିକ ଚିନ୍ତାଧାରା ରେ ବିଶ୍ୱାସ ରଖୁଥିବା ଭାଇ ଭଉଣୀ ମାନେ ଏଥିରେ ଅଂଶ ଗ୍ରହଣ କରିବାକୁ ଶ।ଖା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.