Webportal

ବିଭତ୍ସ ହତ୍ୟାକାଣ୍ଡ

0 240

ଅନୁଗୁଳ ଜିଲ୍ଲା ପIଲଲହଡା ଥାନା ଅନ୍ତର୍ଗତ ବତିସୁଆଁ ପଂଚାୟତ ସୋଲଡା ଗ୍ରାମ ର ଜଣେ ବିଧବା ମହିଳା ଗୁବେଇ କୁଂକାଲ (୩୬) ଙ୍କୁ ସେହିଗ୍ରାମ ର ସୁକୁଦାର ସୋରେନ (୪୫)ଏକ ଟାଙ୍ଗିଆ ରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି । ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁଯାୟୀ ଗୁବେଇ ସନ୍ଧ୍ୟା ରେ ନିଜ ଘର ସମୁଖ ରେ ବସିଥିବା ବେଳେ ସୁକୁଦIର ତାକୁ ଆକ୍ରମଣ କରି ଏକ ଟାଙ୍ଗିଆ ରେ ବେକ ଓ ମୁଣ୍ଡରେ ହାଣି ଅତି ନିର୍ମମ ଭାବେ ହତ୍ୟା କରି ଗାତ ଖୋଲି ଶବକୁ ପୋତି ଦେବାକୁ ଉଦ୍ୟମ କରି ବିଫଳ ହେବାପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ହତ୍ୟାକାଣ୍ଡ ପରେ ସୁକୁଦIର ପାଖ ଜଙ୍ଗଲ ରେ ଲୁଚିଥିବାବେଳେ ପାଳଲହଡା ଥାନା ଏସ ଆଇ ଆଶିଷ କୁମାର ଦାସ କିଛି ସ୍ଥାନୀୟ ଯୁବକ ଙ୍କ ସହଯୋଗ ରେ ଅଭିଯୁକ୍ତ ସୁକୁଦIର କୁ ରାତି ପ୍ରାୟ ୯ ଟା ବେଳେ ବାଲିମ ଗାଁ ନିକଟରୁ ଗିରଫ କରି ହତ୍ୟାରେ ବ୍ୟବହାର ଟାଙ୍ଗିଆ କୁ ଜବତ କରିଛନ୍ତି I ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.