Webportal

ବିପୁଳ ପରିମାଣରେ ବାଣ ଜବତ

0 335

ଅନୁଗୁଳ ଟାଉନ ଥାନା ଏବଂ ପ୍ରଶାସନ ର ମିଳିତ ସହଯୋଗ ରେ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି। ସୂଚନା ଯେ, ଦୀପାବଳି ଉପଲକ୍ଷେ ଅନୁଗୋଳ ଷ୍ଟାଡିୟମ୍ ଠାରେ ସବୁଜ ବାଣ କୁ ବିକିବା ପାଇଁ ୧୨୩ ଷ୍ଟଲ୍ ଅନୁମତି ଦେଇଥିଲେ। ଆଜି ଠାରୁ ବାଣ ବିକ୍ରି ଆରମ୍ବ ହୋଇଥିଲା। ବାୟୁ ପ୍ରଦୂଷଣ ଯୁକ୍ତ ବାଣ ବିକ୍ରି ହେଉଥିବା ଖବର୍ ପାଇଁ ଅନୁଗୋଳ ତହସିଲ୍ ଦାର୍ ଆଲୋକ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ମହାଳିକ, ଅନୁଗୋଳ ଟାଉନ୍ ଥାନା ଅଧିକାରୀ ଧୀରେସ କୁମାର ଦାସ ଙ୍କ ନେତୃତ୍ଵରେ ଚଢାଉ କରା ଯାଇଥିଲା ଯେଉଁଥିରେ ବିପୁଳ ପରିମାଣରେ ବେଆଇନ୍ ବାଣ କୁ ଜବତ କରିଥିଲେ। ଯାହାର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଜଣା ପଡିଛି।

Leave A Reply

Your email address will not be published.