Webportal

ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକ ମୃତ

0 375

 

ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡିଆ ବଣିଆନଟି ସାହି ଗ୍ରାମରେ ଶନିବାର ସକାଳେ ବିଦ୍ୟୁତ ଆଘାତ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଛି ।ମୃତକ ହେଲେ ଆଦିତ୍ୟ ଦେହୁରୀଙ୍କ ପୁଅ ଶୁଭମ ଦେହୁରୀ (୧୪) ।ସେ ସକାଳେ ସାଙ୍ଗ ସାଥି ମେଳରେ କ୍ରିକେଟ ଖେଳ ଖେଳଥିଲେ ।କ୍ରିକେଟ ବଲ ନିକଟରେ ଥିବା ଜେନାମଣି ଦେହୁରୀ ଙ୍କ ଓଲଡିଙ୍ଗ ମେସିନ ଦୋକାନ ଭିତରକୁ ପଡିଯାଇଥିଲା ।ବଲ ଗୋଟାଇବାକୁ ଯାଇ ସେହି ବାଳକ ବିଦ୍ୟୁତ ସସ୍ପର୍ଶରେ ଆସି ଥିଲେ ।ଏବଂ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।ଏହାପରେ ଛେଣ୍ଡିପଦା ମେଡିକାଲକୁ ନିଆଯାଇଥିଲା ସେଠାରେ ଡକ୍ଟର ତାକୁ ମୃତୁ ଘୋଷଣା କରିଥିଲେ lଖବରପାଇ ଛେଣ୍ଡିପଦା ଥାନା ପୋଲିସ ପହଞ୍ଚି ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛନ୍ତି ।

Leave A Reply

Your email address will not be published.