Webportal

ବାରାହା ଆକ୍ରମଣରେ ତିନି ଗୁରୁତର

0 163

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବଙ୍କାପୁର ଗାଁରେ ଆଜି ଜଙ୍ଗଲୀ ବାରାହା ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବଙ୍କାପୁର ଗାଁ ର ଉପେନ୍ଦ୍ର ଘିଭେଳା ,ଯଶୋବନ୍ତ ଭରାସଗରିଆ ଓ ସତ୍ୟ ଘିଭେଳା ନାମକ ମହିଳା।ସ୍ଥାନୀୟ ଲୋକମାନେ ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଯେଉଁଠାରୁ ସେମାନଙ୍କୁ ଖଡ଼ିଆଳ ମିସନ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।ଆଜି ସକାଳେ ଏହି ତିନିଜଣ ନିଜର କପାଚାଷ ଜମିକୁ ଯାଉଥିବା ବେଳେ ଏକ ଜଙ୍ଗଲୀ ବାରାହା ର ଆକ୍ରମଣରେ ଶିକାର ହୋଇଥିଲେ । ଅପରପକ୍ଷେ ଖଡ଼ିଆଳ ବନବିଭାଗ ତରଫରୁ ଆହତମାନଙ୍କ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ରେଞ୍ଜର ସଢାନନ ସୁନାନୀ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.