Webportal

ବାରହା ଆକ୍ରମଣରେ ଦୁଇ ଗୁରୁତର

0 373

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗ୍ରାମ ପଞ୍ଚାୟତର ବଡତ୍ରିବିଡା ଗ୍ରାମରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର । ଖବରରୁ ପ୍ରକାଶ ଆଜି ସକାଳ ପ୍ରାୟ ୭.୪୦ ମିନିଟ ସମୟରେ ବଡ଼ତ୍ରିବିଡା ଗ୍ରାମର ମହାର୍ଗା ରାଉଳ ବୟସ ୪୦ ଏବଂ କାତୁ ରାଉଳ ବୟସ ୪୮ ନିଜ ଘର ପଛ ପାଖ ବାଡ଼ିରେ କାର୍ଯ୍ୟ କରୁଥିବା ସମୟରେ ଗୋଟିଏ ଜଙ୍ଗଲୀ ବାରହା ଆସି ଆକ୍ରମଣ କରିଥିଲା । ବାରାହା ଆକ୍ରମଣରେ ଦୁଇଜଣଙ୍କ ଗୋଡ, ହାତ, ଜଙ୍ଘରେ ଶକ୍ତ ଆଘାତ ଲାଗିଥିବା ବେଳେ ୨ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ବାରମ୍ବାର ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ବନ୍ୟ ଜନ୍ତୁ ଲୋକମାନଙ୍କୁ ଆକ୍ରମଣ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ହାତବାନ୍ଧି ବସିଛି ବୋଲି ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ଆଗକୁ ଏହି ସବୁ ବନ୍ୟଜନ୍ତୁଙ୍କର ଦାଉରୁ ଉଭୟ ଧନ ଜୀବନ ରକ୍ଷା କରିବା ପାଇଁ ବନବିଭାଗର ନଜର ପଡୁ ବୋଲି ସାଧାରଣ ରେ ଦାବୀ କରାଯାଇଛି ।

Leave A Reply

Your email address will not be published.