Webportal

ବାତ୍ୟା ଆଶଙ୍କା ରାଜ୍ୟବାସୀଙ୍କର ନିଦ ହଜେଇ ଦେଇଥିବା ବେଳେ ଭାରତ ବନ୍ଦ ଡାକରା ପାଇଁ ଓଡ଼ିଶା ବନ୍ଦ କରିବା ଜିଦରେ ଅଟଳ କିଛି ସମ୍ବେଦନ ହୀନ ରାଜନୈତିକ ଦଳ; ନିଜ ଗୋଡ଼ରେ ମାରୁଛନ୍ତି କୁରାଢ଼ୀ,ଭୋଟର ଦେବେ ଜବାବ

0 271

ଉପଯୁକ୍ତ ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାରେ ଅସୁବିଧା ନାହିଁ।ଗତ ପ୍ରାୟ ଏକ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ଦେଶର କୃଷକ ଓ ସେମାନଙ୍କ ସଂଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି।ତାଙ୍କୁ କଂଗ୍ରେସ ସମେତ ଓଡ଼ିଶାର ସାତଟି ରାଜନୈତିକ ଦଳ ସମର୍ଥନ କରି ବନ୍ଦରେ ସାମିଲ ହୋଇଛନ୍ତି।କିନ୍ତୁ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା,ଭୁଷ୍ପଲନ ଓ ବନ୍ୟା କୁ ନେଇ ଏଗାରଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ସହ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ,ସମସ୍ତ ଏଜେନ୍ସି ହାଇ ଆଲେର୍ଟ ରେ ରହିବା ଆଦି ସହ ସମସ୍ତଙ୍କ ନିଦ ହଜିଯାଇଛି।ଏହି ସମୟରେ ରାଜ୍ୟରେ ବନ୍ଦ କଥା ଚିନ୍ତା ନ କରି ରାଜନୈତିକ ଦଳ ଓ କୃଷକ ସଙ୍ଗଠନ ମାନେ ସମ୍ଭାବ୍ୟ ବିପଦ ସମୟରେ ଲୋକଙ୍କ ସହିତ ଛିଡା ରହିବାର ଆବଶ୍ୟକତା ରହିଛି। କିନ୍ତୁ ଖବର ଲେଖା ହେବା ଯାଏଁ ଅତି ସମ୍ବେଦନ ହୀନ ଭାବେ ଏହି ବନ୍ଦରେ ସାମିଲ ଥିବା ଦଳର ନେତା ମାନେ କୌଣସି ଭି ପରିସ୍ଥିତିରେ ବନ୍ଦ କରିବା ପାଇଁ ନିଜ ଜିଦରେ ଅଟଳ ଥିବା କଥା କହୁଛନ୍ତି। ଏତେ ବଡ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସୁଦ୍ଧା ସେମାନଙ୍କର କିଛି ଯାଏ ଆସେ ନାହିଁ। ଏପରି ଚିନ୍ତାଧାରା ରଖୁଥିବା ଲୋକେ କିପରି ଶାସକ ହେବାର ସ୍ୱପ୍ନ ଦେଖୁଛନ୍ତି?ଏପରି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଓ ଦଳ ଠାରୁ ଭୋଟର ମାନେ ଦୁରେଇ ରହିବା ଆବଶ୍ୟକ।

Leave A Reply

Your email address will not be published.