Webportal

ବଲେରୋ ବାଇକ ଦୁର୍ଘଟଣାରେ ୧୦ ଗୁରୁତର ଆହତ

0 208

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା – ବୁଢାପାଳ ରାସ୍ତାରେ ସେଣ୍ଢା ଗ୍ରାମର ଟିକିରା ପୋଲ ନିକଟରେ ଦୁର୍ଘଟଣା । ବଲେରୋ- ବାଇକ୍ ମୁହାଁମୁହିଁ ହେବା ଫଳରେ ୧୦ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ,ବଲେରୋ ଟି ଛେଣ୍ଡିପଦା ରୁ ଦେବଗଡ଼ ଅଭିମୁଖେ ଯାଉଥିବା ବେଳେ ତାର ଚକା ଫାଟିବା ଫଳରେ ବଲୋରୋ ଓ ବାଇକ୍ ମଧ୍ୟ ରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୨ଟି ଗାଡ଼ିରେ ଥିବା ୧୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।ଅନ୍ୟ ପକ୍ଷରେ ବଲେରୋ ଟି ରାସ୍ତାରୁ ୧୫ ଫୁଟ୍ ତଳକୁ ଖସି ପଡିଥିବା ସୂଚନା ରହିଛି ।ଗୁରୁତର ବ୍ୟକ୍ତିଙ୍କ ଘର ଛେଣ୍ଡିପଦା ଥାନା ପାଟ୍ଟକୁମୁଣ୍ତା ଗ୍ରାମର ବୋଲି ଜଣାପଡିଛି ।

Leave A Reply

Your email address will not be published.