Webportal

ବଲାଙ୍ଗିରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଦୁଇ ବିଜେପି ଗୋଷ୍ଠୀ ମୁହାଁମୁହିଁ, ହାତାହାତି

ରାଜ୍ୟ ସଭାପତିଙ୍କ ରାଲି ବେଳେ ମୁହାଁମୁହିଁ ହେଲେ ୨ ନେତା

0 155

ଆଜି ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏକ ଶୋଭଯାତ୍ରାରେ ଆସି ଅପରାହ୍ନ ପ୍ରାୟ ୫ଟା ବେଳେ ବଲାଙ୍ଗିରରେ ପହଞ୍ଚିଥିଲେ। ଏହି ସମୟରେ ମନମୋହନ ସାମଲଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବାକୁ ଚେଷ୍ଟା କରିଥିଲେ ୨୦୧୯ରେ ବଲାଙ୍ଗିର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଅନନ୍ତ ଦାସ ଓ ନିଜକୁ ବିଜେପି ନେତା କହୁଥିବା ବଳରାମ ସିଂହ ଯାଦବ।

ବାରଣ କରାଯିବା ସତ୍ତ୍ୱେ ଅନନ୍ତ ଦାସ ରାଜ୍ୟ ସଭାପତି ମନମୋହନ ସାମଲ ସବାର ହୋଇଥିବା ଜିପ୍‌ରେ ଚଢ଼ି ତାଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ପ୍ରୟାସ କରିଥିଲେ। ସେ ଜିପ୍‌କୁ ଚଢ଼ୁଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ ତାଙ୍କୁ ବାରଣ କରିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଟଣାଓଟରା ଓ ହାତାହାତି ହୋଇଥିଲା। ତା’ଭିତରେ ଗୋପାଳଜୀ ପ୍ରାଣିଗ୍ରାହୀ ଜିପ୍‌ରୁ ପଡ଼ି ଯାଇଥିଲେ। ଏହା ପରେ ଗୋପାଳଜୀ ପାଣିଗ୍ରାହୀଙ୍କ ସମର୍ଥକମାନେ ଅନନ୍ତ ଦାସଙ୍କୁ ମାଡ଼ମାରିଥିଲେ। ତାଙ୍କ ଶାର୍ଟ ପୂରା ଚିରି ଯାଇଥିଲା।

Leave A Reply

Your email address will not be published.