Webportal

ବର୍ତ୍ତମାନ ପରିସ୍ଥିତିରେ ସଟଡାଉନ ଆଦି ଅନେକ କଟକଣା କେତେ ପ୍ରଭାବଶାଳୀ ?

0 246

ସମ୍ପ୍ରତି ସମଗ୍ର ଦେଶରେ କରୋନା ମହାମାରୀ ତାର ସଂକ୍ରମଣ ବୃଦ୍ଧି ରେ ନିତି ନୂଆ ନୂଆ ଅଲୋଡ଼ା କୀର୍ତ୍ତିମାନ କରିଚାଲିଛି। ଯାହା ବିଭିନ୍ନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି।ନିରୁପାୟ ହୋଇ ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ, କର୍ଫ୍ୟୁ ଆଦି କଟକଣା ଲାଗୁ କରାଯାଇ ସଂକ୍ରମଣ ର ଚେନ ଭାଙ୍ଗିବାକୁ ଚେଷ୍ଟା ଚାଲିଛି।ଏହା ନିଶ୍ଚିତ ଭାବେ ସଂକ୍ରମଣ କମ କରିବା ପାଇଁ ଏକ ପ୍ରମୁଖ ଉପାୟ।

କିନ୍ତୁ କିଛି ଆଶଙ୍କା ମନରେ ସୃଷ୍ଟି ହେବା ସ୍ୱାଭାବିକ। ସପ୍ତାହନ୍ତ ସଟଡାଉନ ସମୟରେ ପ୍ରବଳ ଭିଡ ଜାଗା ଯେପରି ରାସନ,ପନିପରିବା,ଆମିଷ ଆଦି ଦୋକାନ ଖୋଲା ରଖିବା ଚେନ ଭାଙ୍ଗିବାରେ ସହାୟକ ହେବେ ନା ହଟସ୍ପଷ୍ଟ ପାଲଟିବେ। କଳକାରଖାନା କ୍ଷେତ୍ରରେ କଟକଣା ର ଅଭାବ ଯୋଗୁଁ ସେମାନଙ୍କ କର୍ମଚାରୀ ମାନଙ୍କ ଉପରେ ଲକଡାଉନ, ସଟଡାଉନ, ସାମାଜିକ ଦୂରତା ଆଦିର ପ୍ରଭାବ ନ ପଡିବା ଆଶଙ୍କା ଥିବାରୁ ସେମାନେ ମୁଖ୍ୟ ସଂକ୍ରମଣକାରୀଙ୍କ ଭୂମିକା ଯେ ନ ତୁଲାଇବେ ସେ କଥା କିଏ କହିବ। ଏହିପରି ଅନେକ ପ୍ରଶ୍ନ ଉଠୁଛି ପାଠକବନ୍ଧୁ। କିନ୍ତୁ ଆମେ ଆଶା କରିବା ଉଚିତ ଯେ ବିଭିନ୍ନ ସରକାର ମାନଙ୍କ ଦ୍ୱାରା କରାଯାଉଥିବା ଉପାୟ କରୋନା ସଂକ୍ରମଣ ର ଚେନ କୁ ଭାଙ୍ଗିବାରେ ସକ୍ଷମ ହେବେ ଓ ସାଧାରଣ ଲୋକେ ଖୁବ ଶୀଘ୍ର ପୂର୍ବ ପରି କଟକଣା ମୁକ୍ତ ଜୀବନଯାପନ କରିବାରେ ସକ୍ଷମ ହେବେ।

Leave A Reply

Your email address will not be published.