Webportal

ବନ୍ଦ ପାଳନ ବେଳେ ରାକ୍ଷସୀ ଆଚରଣ; କଡା ଦଣ୍ଡବିଧାନ ର ଆବଶ୍ୟକତା

0 237

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ବା ଟ୍ରେଡ଼ ୟୁନିୟନ।

ଯାହା ବୋଧହୁଏ କେବେ ବି ଦେଖିବାକୁ ମିଳି ନ ଥିଲା ଆଜି ସେହି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି।ଭୁବନେଶ୍ୱର ଜୟଦେବ ବିହାର ରେ ଆନ୍ଦୋଳନ କାରୀମାନେ ରୋଗିଥିବା ଆମ୍ବୁଲାନ୍ସ କୁ ବାଟ ଛାଡି ନ ଥିଲେ, ବାଧ୍ୟ ହୋଇ ଆମ୍ବୁଲାନ୍ସ ଟି ରୋଗୀକୁ ନେଇ ପଛକୁ ଫେରି ଆଚାର୍ଯ୍ୟ ବିହାର ହୋଇ ଅନ୍ୟ ରାସ୍ତାରେ ଯାଇଥିଲା।ମୋ ବସର କର୍ମଚାରୀ ମାନେ ବନ୍ଦରେ ସାମିଲ ନ ଥିଲେ ମଧ୍ୟ ମଝି ରାସ୍ତାରେ ମୋ ବସ କୁ ଅଟକାଇ ଯାତ୍ରୀ ମାନଙ୍କୁ ହଇରାଣ କରାଯାଉଥିବା ଖବର ଆସୁଛି।ନ୍ୟାୟାଳୟ ପକ୍ଷରୁ ବନ୍ଦ ନ କରିବା କୁ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ଟ୍ରେଡ଼ ୟୁନିୟନ ଧର୍ମଘଟ ନାଁ ରେ ଜବରଦସ୍ତ ସବୁକିଛି ବନ୍ଦ କରାଯାଉଥିବା ଖବର ମିଳିଛି।ଏସବୁ ଆଚରଣ ରାକ୍ଷସୀ ପ୍ରବୃତ୍ତିର।

ସରକାରଙ୍କ ସହ ରାଜ୍ୟର ଶାସନ ଭାରକୁ ଏକରକମ ସମ୍ଭାଳିଥିବା ଅମାଲତନ୍ତ୍ର କୁ ଅଧିକ ସତର୍କତା ଅବଲମ୍ବନ କରି ଉଶୃଙ୍ଖଳ ଆଚରଣ ପ୍ରଦର୍ଶନ କରୁଥିବା ଓ ଆନ୍ଦୋଳନ ନାମରେ ବେଆଇନ ବନ୍ଦ ପାଳନ କରୁଥିବା ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.