Webportal

ବନବିଭାଗ ର ନିଷ୍କ୍ରିୟତା ର ଉଦାହରଣ ଛେଣ୍ଡିପଦା ଅଞ୍ଚଳ

0 276

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟେଣ୍ଟୁଲେଇ ପଞ୍ଚାୟତ ରେ ୨ଟି ଅଘଟଣ।ଜରପଡା ବନାଞ୍ଚଳ ବାଲିଝରଣ ଗାଁ ଧାନବିଲ ନିକଟରେ ବନ୍ୟଜନ୍ତୁ ଶିକାରୀ ପାଇଁ କେହି ଜଣେ ଶିକାରୀ ବମ ବିଛେଇଥିଲା ।ଫଳରେ ସେହି ଗାଁର ହେମନ୍ତ ବାରିକ ଙ୍କ ବଳଦ ବମ ପାଟିରେ ଲାଗିବାରୁ ବଳଦର ମୁହଁ ପାଟି ରେ ଗଭୀର ଆଘାତ ଲାଗିଛି ଓ ବଳଦଟି ମୃତ୍ୟୁ ସହ ସଂଗ୍ରାମ କରୁଛି।ସେହିଭଳି ଛେଣ୍ଡିପଦା ବନାଞ୍ଚଳ ରେ ଗୋନାଥପୁରୁ ଗାଁ ଜଙ୍ଗଲ ନିକଟରେ ବାରହା ଶିକାର ପାଇଁ ଶିକାରୀ ତାର ବିଛାଇ ଥିବା ବେଳେ ବନବିଭାଗ ଜଣେ ଶିକାରୀ ଦେବାନ୍ଦ ପ୍ରଧାନଙ୍କୁ ଗିରଫ କରିବା ସହ ୭ କେଜିରୁ ଉର୍ଦ୍ଧ୍ବ ତାର ମଧ୍ୟ ଜବତ କରିଥିବା ବନବିଭାଗ ସୂଚନା ଦେଇଛି। ଗୋଟିଏ ପଞ୍ଚାୟତ ୨ଟି ବନାଞ୍ଚଳ ରେ ଯାଉଥିବାରୁ ବନବିଭାଗ ଗାଁ କୁ ଆସୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ବନବିଭାଗ ର ନିସ୍କ୍ରିୟତା ପାଇଁ ଶିକାରୀ ପାଦ୍ରୂଭାବ ବୃଦ୍ଧି ପାଉଛି।

Leave A Reply

Your email address will not be published.