Webportal

ବଦଳିବ ବ୍ୟାଙ୍କ ଖୋଲିବା ସମୟ, ଖୋଲିବ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ

0 285

ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ବ୍ୟାଙ୍କ ସକାଳ ୯ ଟାରୁ ଖୋଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।ଅବଶ୍ୟ ଯେଉଁଠାରେ ଗ୍ରାହକ ବିଳମ୍ବରେ ବ୍ୟାକିଂ ସେବା ଚାହୁଁଛନ୍ତି ସେଠାରେ ସକାଳ ୧୦ ଟା କିମ୍ବା ୧୧ଟା ରେ ମଧ୍ୟ ବ୍ୟାଙ୍କ ଖୋଲିବାର ବିକଳ୍ପ ରହିବ।ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ ତଥା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆର ଆର ବି) ରେ ମଧ୍ୟ ଲାଗୁ ହେବ।କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ର ବ୍ୟାକିଂ ଡିଭିଜନ ଦ୍ୱାରା ଦେଶରେ ବ୍ୟାଙ୍କ ଖୋଲିବାର ସମୟକୁ ନେଇ ଜୁନ ୧୦ ତାରିଖରେ ଭିଡ଼ିଓ କନ୍ ଫରେନସିଙ୍ଗ ଜରିଆରେ ଏକ ବୈଠକ ବସିଥିଲା ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ଅନୁସାରେ ଖୋଲିବା ଉଚିତ।ଏଥିରେ ବ୍ୟାଙ୍କର ଶାଖା ଗୁଡିକ ଖୋଲିବା ସମୟରେ ପରିବର୍ତ୍ତନ କୁ ମଞ୍ଜୁରୀ ମିଳିଥିଲା।ସୂଚନାଯୋଗ୍ୟ ଯେ ଆଇ ବି ଏ ୨୪ ଜୁନରେ ଗ୍ରାହକଙ୍କ ସୁବିଧା ପାଇଁ ଅନୁଷ୍ଠିତ ବୈଠକରେ ବ୍ୟାଙ୍କ ଶାଖା ଗୁଡିକ ଖୋଲିବାପାଇଁ ୩ଟି ବିକଳ୍ପ ଦେଇଥିଲେ।ପ୍ରଥମଟି ସକାଳ ୯ ରୁ ଦ୍ୱିପ୍ରହର ୩ ପର୍ଯ୍ୟନ୍ତ, ଦ୍ବିତୀୟଟି ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟଟି ସକାଳ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ।

Leave A Reply

Your email address will not be published.