Webportal

ଫୁଣି ଚିକିତ୍ସା ଅବହେଳା ରୁ ମୃତ୍ୟୁ ଅଭିଯୋଗ

0 294

ସାପ କାମୁଡ଼ା ରେ ମହିଳା ର
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ସନ୍ଦେହ !
ବଅଁରପାଳ ବ୍ଲକ ନାଲକୋ ଏଣ୍ଟକା ହଟିଂ ରେ ହୀରାମଣି ବେଶରା (୪୩) ନାମକ ମହିଳା ରହୁଥିଲେ ଯିଏ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ରାତି ପ୍ରାୟ ୪ ଘଟିକା ସମୟରେ ହୀରାମଣିକୁ ଚିତି ସାପ କାମୁଡି ଦେଇଥିଲା ଯାହା ଜାଣିବାର ପ୍ରାୟ ଘଣ୍ଟାଏ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ତାଙ୍କୁ ଆଣିଥିଲେ। ସେତେବେଳେ ହୀରାମଣିଙ୍କ ଦେହରେ ବିଷ ଚଢି ଯାଇଥିଲା, କିନ୍ତୁ ଦୁଃଖର ବିଷୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୟ ଥାଉ ଥାଉ ଚିକିତ୍ସା ନ ମିଳିବାରୁ ହୀରାମଣିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଭୀମ ବେଶରା କହିଛନ୍ତି। ହୀରାମଣିଙ୍କ ମୃତ୍ୟୁ ସକାଳ ୧୦ ଘଟିକା ରେ ହୋଇଥିଲେ ମଧ୍ୟ ଅପରାହ୍ନ ୩ଟା ଯାଏ ବେଡ଼ ରେ ମୃତଦେହ ପଡି ରହିଥିଲା ଯାହାକି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏ ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ।

Leave A Reply

Your email address will not be published.