Webportal

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

0 119

ଅନୁଗୁଳ ସହରର ସଭାଘରଠାରେ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହୁଏ। ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୋୟ ଘଟିବ। ବ୍ରହ୍ମା କୁମାରୀ ମୀନତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଅରୁଣ ପଣ୍ଡା, ବ୍ରହ୍ମାକୁମାରୀ କଳଳେଶ ପ୍ରମୁଖ ଉପସ୍ଥିତରହି ବ୍ରହ୍ମାକୁମାରୀ ଅନୁଷ୍ଠାନର ପ୍ରଚାର ପ୍ରସାର ଉପରେ ଆଲୋକାପାତ କରିଥିଲେ। ଏହି ଅବସରରେ ସଂସ୍ଥାର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଶାଖା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ଉଷ ପରିଚାଳନା କରିଥିଲେ।

Leave A Reply

Your email address will not be published.