Webportal

ପୂର୍ବ ଶତ୍ରୁତାରୁ ହତ୍ୟା

0 171

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ବେଢ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡା କାତି ରେ ହାଣି ଆଜି ଅପରାହ୍ନ ୪ଟାବେଳେ ହତ୍ୟା କରାଯାଇଛି ।ମୃତ ଜଣଙ୍କ ହେଲେ ଗୋଠିଆଳି ଗ୍ରାମର ଏମ.ଶିବଶଙ୍କର ଦୋରା(୧୯) ।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗୋଠିଆଳି ଗ୍ରାମର ଏମ.ଜିତୁ ରେଡି (୨୫)ନାମକ ଜଣେ ଯୁବକ ଏକ ଖଣ୍ଡାକାତି ରେ ପଛପଟୁ ଶିବଶଙ୍କର କୁ ହାଣି ହତ୍ୟା କରିଥିବା ନିଜେ ପୋଲିସ କୁ କହିଛି ।ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଛ୍ଛେଦ କରିବା ପାଇଁ ପଠାଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍.ଡି.ପି.ଓ ନିମାଇଁ ଚରଣ ସେଠି କହିଛନ୍ତି ।

Leave A Reply

Your email address will not be published.