Webportal

ପୁରୀ ହେବ ମହାନଗର,ଘୁଞ୍ଚିପାରେ ନିର୍ବାଚନ

0 268

୧୮୮୧ ମସିହାରେ ବ୍ରିଟିଶ ସମୟରେ ପୁରୀ ପୌରସଂସ୍ଥା ଗଠିତ ହୋଇଥିଲା।ସର୍ବପୁରାତନ ପୌରସଂସ୍ଥାଭାବେ ଏହାର ନାମ ରହିଛି।ଫନି ବାତ୍ୟା ପରେ ପୁରୀର ଅବସ୍ଥା ଦେଖି ମୁଖ୍ୟମନ୍ତ୍ରୀ ମର୍ମାହତ ହେବା ସହ ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ପରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ, ସୁରକ୍ଷା ଜୋନ ନିର୍ମାଣ, ମଠ ମନ୍ଦିରର ଉନ୍ନତିକରଣ ଆଦି କାମ ଚାଲୁରହିଛି।ପ୍ରାୟ ୮ଶହ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି।ବିଧାନସଭା ଶୀତ ଅଧିବେଶନ ଶେଷ ହେବା ପରେ ପୌର ନିର୍ବାଚନ ସମ୍ପର୍କରେ ନିଷ୍ପତି ନିଆଯାଇପାରେ ବୋଲି ଆଲୋଚନା ହେଉଛି।ପୁରୀ ପୁରୁଣା ପୌରସଂସ୍ଥା ଓ ବିଶ୍ୱ ଧାର୍ମିକ ଏବଂ ସାଂସ୍କୃତିକ କ୍ଷେତ୍ର ହୋଇଥିବାରୁ ଏହାର ଗୁରୁତ୍ୱ ଉପଲବ୍ଧି କରି ମହାନଗର ଘୋଷଣା କରିବା ପାଇଁ ଭିତିରି ପ୍ରୟାସ ଚାଲିଥିବା ଶୁଣାଯାଇଛି।ପୁରୀର ୩୨ଟି ୱାର୍ଡ ସହ ଗୋରୁଆଳ ପଞ୍ଚାୟତ, ଗୋପୀନାଥପୁର ପଞ୍ଚାୟତ, ହରେକୃଷ୍ଣପୁର ପଞ୍ଚାୟତ, ବାଲିଗୁଆଳି ଓ ସମଗରା ପଞ୍ଚାୟତକୁ ଏକତ୍ରିତ କରି ମହାନଗର ନିଗମ ଘୋଷଣା କରିବା ପାଇଁ ଆଲୋଚନା ହେଉଛି।ଐତିହ୍ୟ ନଗରୀ ପାଇଁ କାମ ଚାଲୁଥିବାରୁ ପୌର ନିର୍ବାଚନ କରାଗଲେ ରାଜନୈତିକ ଦ୍ଵନ୍ଦ ସୃଷ୍ଟି ହେବା ସହ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।ସେଥିପାଇଁ ରାଉରକେଲାକୁ ମହାନଗର ଘୋଷଣା କରାଯିବା ପୂର୍ବରୁ କିଛିଦିନ ପୌରନିର୍ବାଚନକୁ ବନ୍ଦ କରାଯାଇଥିଲା। ସେହିପରି ରାଜ୍ୟର ଅନ୍ୟଆଡେ ପୌର ଓ ଏନଏସି ନିର୍ବାଚନ କରାଯାଇ ପୁରୀ ନିର୍ବାଚନକୁ ଅଟକ ରଖାଯିବା ପାଇଁ ତୃତୀୟ ମହଲାରେ ଜୋରସୋର ଆଲୋଚନା ହେଉଛି।

Leave A Reply

Your email address will not be published.