Webportal

ପୁରୀ ରଥଯାତ୍ରା: ୯୬ ଜଣ ଶ୍ରଦ୍ଧାଳୁ ଅଚେତ ଓ ଜଣେ ମହିଳା ପୋଲିସ କର୍ମଚାରୀ ଆହତ

0 141

ଆଜି ପବିତ୍ର ଘୋଷଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଉଠୀଥିଲା ଶ୍ରୀକ୍ଷେତ୍ର । ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟି ଯାଇଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସଭିଙ୍କ ମନରେ ୩ ଠକୁରଙ୍କୁ ଟିକିଏ ଦେଖିବାକୁ ଓ ରଥ ଦଉଡ଼ି ଭିଡିବାକୁ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି ଭିତରେ ଗୁଳୁଗୁଳି ସହି ନ ପାରି ବହୁ ଶ୍ରଦ୍ଧାଳୁ ଅଂଶୁଘାତର ଶିକାର ହୋଇଛନ୍ତି।

ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସେହିପରି ବଳଭଦ୍ରଙ୍କ ରଥ ଟାଣିବା ବେଳେ ଜଣେ ଆହତ ହୋଇଛନ୍ତି। ନଡ଼ିଆ ମାଡ଼ରେ ଜଣେ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ନଡ଼ିଆ ବାଜି ଥିବାରୁ ସେ ରକ୍ତାକ୍ତ ହୋଇଛନ୍ତି ।

Leave A Reply

Your email address will not be published.