Webportal

ପୁନର୍ବାର ନଜର ବନ୍ଦୀ ହେଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

0 136

ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ ଦାୟୀ କରିଛନ୍ତି।ମେହବୁବା ଏକ ଟୁଇଟରେ ଲେଖିଛନ୍ତି ଯେ ଭାରତ ସରକାର କାଶ୍ମୀରୀ ପଣ୍ଡିତଙ୍କ ଦୁଃଖକୁ ଅଣାଦେଖା କରୁଛନ୍ତି। ସରକାରଙ୍କ କଠୋର ନୀତି ଯୋଗୁଁ ସେମାନଙ୍କୁ ଦୁର୍ଭାଗ୍ୟଜନକ ଭାବେ ଟାର୍ଗେଟ କିଲିଂ କରାଯାଉଛି। ସରକାର ଆମକୁ ଶତ୍ରୁ ଭାବରେ ଦେଖୁଛନ୍ତି, ଯେଉଁଥିପାଇଁ ମୋତେ ଘରେ ନଜର ବନ୍ଦୀ ରଖାଯାଇଛି।

ମେହବୁବା ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି ଯେ ଆଜି ଚୋଟିଗାମରେ ସୁନୀଲ କୁମାରଙ୍କ ପରିବାରକୁ ଭେଟିବା ପାଇଁ ମୋର ଉଦ୍ୟମକୁ ପ୍ରଶାସନ ପକ୍ଷରୁ ବିଫଳ କରିଦିଆଯାଇଛି।

ଏହାପୂର୍ବରୁ ମେହବୁବ ମୁଫତି କଂଗ୍ରେସକୁ ଆପ ବିରୋଧୀ ପ୍ରଦର୍ଶନ ପାଇଁ ସମାଲୋଚନା କରିଥିଲେ। ସେ କହଥିଲେ ଯେ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତର ସମ୍ମୁଖୀନ ହେଉଥିବା ଆମ ଆଦମୀ ପାର୍ଟିର ନେତାଙ୍କ ସମର୍ଥନରେ କଂଗ୍ରେସ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ବିଫଳ ହୋଇଛି। କଂଗ୍ରେସ ନେତା ମଣିକମ ଟାଗୋର ଏହାର ଜବାବରେ କହିଛନ୍ତି ଯେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତାଙ୍କ ଦଳ ପ୍ରକୃତ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି ଏବଂ ସେମାନଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ହେବା ଜରୁରୀ।

Leave A Reply

Your email address will not be published.