Webportal

ପୁନର୍ବାର ଦାଇତ୍ୱ ହୀନତାର ପରିଚୟ ଦେଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୃପକ୍ଷ

0 206

ଶବାଗାରରେ ଶବ ରଖିବାକୁ ଡରୁଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୁପକ୍ଷ, ରାତି ତମାମ ମେଡିକାଲ ବାରଣ୍ଡାରେ ପଡି ରହିଲା ଶବ। ଅନୁଗୋଳ ମେଡିକାଲରେ ପୁଣି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।ଗତ କାଲି ଅାଖି ତାଡି ନେବା ଭଲି ଦୁର୍ଭାଗ୍ୟପୂର୍ଣ ଘଟଣା ପରେ ଅନ୍ୟ ଏକ ଘଟଣାରେ ନକରାତ୍ମକ ଆଭିମୁଖ୍ୟ ରେ ଶବାଗାରରେ ରଖାଗଲା ନାହିଁ ଶବ। ମୃତକ ହେଲେ ଖଣ୍ଡହତା ଗାଁର ୮ବର୍ଷର ନାବାଳିକା ଜୟଶ୍ରୀ ନହରା ଯାହାକୁ ଗତକାଲି ସାପ କାମୁଡିବା ଯୋଗୁଁ ମେଡିକାଲକୁ ଆଣିଥିଲେ ପରିବାର ଲୋକ,କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ଶବାଗାରରେ ରଖା ଗଲାନାହିଁ ଶବ,ଯାହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ସମ୍ବେଦନଶୀଳ ଜାଗାରେ ଅଧିକାରୀ ମାନଙ୍କର ଖାମଖିଆଲ ଓ ନିଜ ଦାଇତ୍ୱ ରୁ ପଛଘୁଞ୍ଚା ଦେବାର ମନବୃତି ର ଏକ ଖରାପ ଉଦାହରଣ।

Leave A Reply

Your email address will not be published.