Webportal

ପୁଣି ଭାରରେ ବୁହାହେଲେ ଗର୍ଭବତୀ

0 103

ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ଦୟାନୀଧି କଣ୍ଡାଗରୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସ ଡାକିଥିଲେ। ହେଲେ ଆମ୍ଵୁଲାନ୍ସ ଠିକ୍ ସମୟରେ ପହଞ୍ଚି ନପାରିବାରୁ ପୁଷ୍ପାଞ୍ଜଳି ଘରେ ପ୍ରସବ କରିଥିଲେ।

ସୂଚନାନୁଯାୟୀ, ପୁଷ୍ପାଞ୍ଜଳିଙ୍କୁ ପ୍ରାୟ ୩ କି.ମି ଭାରରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁକୁ ଭଲ ରାସ୍ତା ନଥିବାରୁ ବିବିନ୍ନ ସମୟରେ ଏଭଳି ସମସ୍ୟା ଉପୁଜୁଛି। ଫଳରେ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହାୟତାରେ କାର୍ଯ୍ୟ ଚାଲିଥିଲାବେଳେ ଗାଁ ଲୋକମାନେ କାଦୁଅ ଥିବା ସ୍ଥାନରେ ପଥର ଗୁଣ୍ଡ ପକାଇବାକୁ ସମ୍ପୃକ୍ତ ଠିକାଦାରଙ୍କୁ କହିବାରୁ ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.