Webportal

ପାଲଲହଡ଼ା ରେ ପଟାସ ସାର କୁ ଲୁଣ ଭାବି ଖାଇ ପାଞ୍ଚ ଶିଶୁ ଗୁରୁତ୍ତର

0 399

ପଟାସ ସାର କୂ ଲୁଣ ଭାବି ଖାଈ ଗୋଟିଏ ଗ୍ରାମର ପାଞ୍ଚ ଜଣ ଶିଶୁ ଗୁରୁତ୍ତର ହୋଇ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସୂଚନା ଅନୁଯାଇ ରବିବାର ଅପରାହ୍ନ ୧.୩୦ ମିନିଟ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ପାଲଲହଡ଼ା ସୀମାନ୍ତ ସରୁଆଳୀ ପଞ୍ଚାୟତ ନୂଆଁମୁଣ୍ତ ଗ୍ରାମର ପାଞ୍ଚ ଜଣ ଛୋଟ ପିଲା ଦୁଇ ଭାଇ ଜୟନ୍ତ କୁମାର ତିଉ (୧୦ ) ପ୍ରତ୍ୟୁଷ ତିଉ (୭) ଓ ରାକେଶ ଗାଗରାଇ (୨) ରବୀନ୍ଦ୍ର ଦଙ୍ଗ (୧୦) ସୁଜିତ୍ ଦଙ୍ଗ (୪) ବାଡି ରେ ଥିବା କାନ୍ଧିଆ ଗଛ ରୁ କନ୍ଧିଆ ତୋଳି ପଟାସ ସାର କୁ ଲୁଣ ଭାବି କନ୍ଧିଆ ସହିତ ଖାଇ ଗୁରୁତ୍ତର ହୋଇଥିଲେ। ପରିବାର ଲୋକ କଦଳୀ ଗଛ ଚେର ରସ ଦେଇ ବାନ୍ତି କରାଇଥିଲେ। କିନ୍ତୁ ବାନ୍ତି ନ କମିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତ୍ତର ଅବସ୍ଥା ରେ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତ୍ତି କରିଥଲେ। ଉପଖଣ୍ଡ ମେଡିସିନ ବିଭାଗ ଡାକ୍ତର ଦିଲ୍ଲୀପ କୁମାର ଭୋଇ ଗୁରୁତ୍ତର ପାଞ୍ଚ ଜଣ ଶିଶୁ ଙ୍କୁ ଚିକିତ୍ସା କରିଥିବା ବେଳେ ବର୍ତ୍ତମାନ ଡ଼ାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ପାଞ୍ଚଜଣ ଶିଶୁ ଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Leave A Reply

Your email address will not be published.