Webportal

ପାଞ୍ଚ ଦିନିଆ କୋଇଲାଖଣି ବନ୍ଦ ଆନ୍ଦୋଳନ ଆରମ୍ଭ

0 210

ତାଳଚେରଠାରେ ଥିବା ଏମସିଏଲ ର ସମସ୍ତ କୋଇଲା ଖଣିରେ ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ଆଜି ଠାରୁ ୫ ଦିନିଆ ଖଣି ବନ୍ଦ ଆନ୍ଦୋଳନର ଆରମ୍ଭ ହୋଇଛି, କାରଣ ହେଲା କୋଇଲା ଉଦ୍ୟୋଗରେ ୧00 ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ନିଷ୍ପତ୍ତିକୁ ବିରୋଧ। ତାଳଚେରର ସମସ୍ତ କୋଇଲାଖଣି ଆଗରେ ପିକେଟିଂ କରିବା ସହ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଯାହା ଫଳରେ ତାଳଚେରର ସମସ୍ତ କୋଇଲା ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି ।ଏଫ.ଡ଼ି.ଆଇ ଆଳରେ ବିଦେଶୀ କମ୍ପାନୀ ଖଣି ଦାୟିତ୍ୱରେ ରହିବା ଦ୍ବାରା ଶ୍ରମିକମାନଙ୍କୁ ଶୋଷଣ କରାଯିବା ସହ ଲକ୍ଷାଧିକ ଶ୍ରମିକ ରୋଜଗାର ହରେଇବେ ବୋଲି ଅଭିଯୋଗ ଆଣିଛନ୍ତି ସଙ୍ଘ କାର୍ଯ୍ୟକର୍ତ୍ତା l

Leave A Reply

Your email address will not be published.