Webportal

ପଶ୍ଚିମବଙ୍ଗ ରାସନ୍ ମଡେଲ’ ଲାଗୁକର ; ଦାବିକଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ

0 200

ଦରବୃଦ୍ଧିକୁ ବିରୋଧ କଲେ ପ୍ରଧାନମନ୍ତ୍ରୀଙ୍କ ଭାଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ତଥା ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର ଫେଡେରେସନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦୀ ମଙ୍ଗଳବାର ଦିନ ସଂଗଠନର ବିଭିନ୍ନ ଦାବି ସହିତ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଧର୍ମଘଟ କରିଥିଲେ।

ପ୍ରହ୍ଲାଦ ମୋଦୀ କହିଛନ୍ତି ଯେ, ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର ଫେଡେରେସନର ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂକ୍ରାନ୍ତରେ ସ୍ମାରକପତ୍ର ଦେବେ, ଯେଉଁଥିରେ ଆମ ଅସ୍ତିତ୍ବ ପାଇଁ ଦୀର୍ଘ ଦିନ କରାଯାଉଥିବା ଦାବି ଉପସ୍ଥାପନ କରାଯିବ। ମୁଦ୍ରାସ୍ଫୀତି ଏବଂ ଦୋକାନ ଚଳାଇବା ଖର୍ଚ୍ଚରେ ଆମର ଲାଭାଂଶକୁ କିଲୋଗ୍ରାମରେ ମାତ୍ର ୨୦ପଇସା ବୃଦ୍ଧି କରିବା ଏକ ନିଷ୍ଠୁର ଉପହାସ। ଆମର ଏହି ଆର୍ଥିକ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ।

ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର ଫେଡେରେସନର ଜାତୀୟ ସାଧାରଣ ସମ୍ପାଦକ ବିଶ୍ୱବର ବସୁ କହିଛନ୍ତି ଯେ ସେମାନେ ସେମାନଙ୍କର ନଅ ଦଫା‌  ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ। ଏହା ସହ ବୁଧବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଭେଟିବେ।

ସରକାରୀ ଫେୟାର ପ୍ରାଇସ ସପରେ ବିକ୍ରି ହେଉଥିବ‌ା ଚାଉଳ, ଗହମ ଏବଂ ଚିନି ତଥା ଖାଇବା ତେଲ ଏବଂ ଡାଲି ପାଇଁ କ୍ଷତିପୂରଣ ଦାବି କରୁଛି ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର ଫେଡେରେସନ। ମାଗଣା ବିତରଣରେ ‘ପଶ୍ଚିମବଙ୍ଗ ରାସନ ମଡେଲ’ ସାରା ଦେଶରେ କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.