Webportal

ନିଜ ସଂସ୍ଥାରୁ ଠକେଇ ଅଭିଯୋଗରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫ

0 605

ଅନୁଗୁଳରେ ଥିବା ମହିନ୍ଦ୍ର ଫାଇନାନ୍ସ ର ଏରିଆ ଆକାଉଣ୍ଟଟାଣ୍ଟ ରାକେଶ ମହାନ୍ତି ଗତ ମାସ ସତେଇସ ତାରିଖରେ ଅନୁଗୁଳ ଥାନାରେ ଏକ ଏତଲା ଦେଇଥିଲେ ଯେଉଁଥିରେ ତାଙ୍କର ଅଫିସ ରେ ଆକାଉଣ୍ଟଟାଣ୍ଟ କାମ କରୁଥିବା ପ୍ରସନ୍ନ କୁମାର କର ନାମକ ବ୍ୟକ୍ତି ସେପ୍ଟେମ୍ବର ଏକ ତାରିଖରୁ ପଚିଶ ତାରିଖ ମଧ୍ୟରେ ଏଜେଣ୍ଟ ମାନଙ୍କ ଠାରୁ ଜମା ପାଇଁ ପାଇଥିବା ଟଙ୍କାରୁ ୧୫୮୧୪୨୧ ଟଙ୍କା ଅଫିସ ରେ ଜମା ନ କରିଥିବା କଥା କ୍ୟାସ କଲେକସନ ର ତଦନ୍ତ ସମୟରେ ଜଣାପଡ଼ିଲା ଓ ଆରୋପୀ କର ଘଟଣାକୁ ମାନି ଟଙ୍କା ଫେରାଇବା ପାଇଁ କିଛି ସମୟ ନେଇଥିଲା ଓ ସେ ସମୟ ଭିତରେ ଟଙ୍କା ନ ଫେରାଇବାରୁ ଥାନାକୁ ଜଣାଇବାକୁ ପଡ଼ିଲା।ଏତଲା ଭିତ୍ତିରେ ପୋଲିସ ତଦନ୍ତ ଆରମ୍ଭ କରି ଚଳିତ ମାସ ଚାରି ତାରିଖରେ ଅଭିଯୁକ୍ତକୁ ଗିରଫ କରି ନଗଦ ୬୭୦୦୦୦ ଟଙ୍କା ଜବତ କରିବା ସହ ତାର ବୟାନ ରେକର୍ଡ କରିଛି।ଏହା ସହିତ ଅଭିଯୁକ୍ତ ର ତିନୋଟି ବ୍ୟାଙ୍କ ଆକାଉଣ୍ଟ ସିଜ କରାଯିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି।ଏ ସମସ୍ତ ସୂଚନା ଏକ ପ୍ରେସନୋଟ ଜରିଆରେ ଅନୁଗୁଳ ଥାନା ଆଇଆଇସି ଶ୍ରୀ ରମେଶ ଚନ୍ଦ୍ର ବିଶୋଇ ଦେଇଛନ୍ତି।

Leave A Reply

Your email address will not be published.