Webportal

ନିଜ ବିଦ୍ୟାପୀଠ ରେ ତାଲା ପକାଇଲେ ଛାତ୍ରୀ

0 207

ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ କୁ ସେହି କଲେଜ ର ଶତାଧିକ ଛାତ୍ରୀମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରୀ ମାନଙ୍କ ର ଦାବି ଥିଲା ଯେ ମହିଳା ମହାବିଦ୍ୟାଳୟ ର ସ୍ନାତକ ଶ୍ରେଣୀରେ ପଡୁଥିବା ୨ୟ ଓ ୩ୟ ବର୍ଷର ଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାଖାତା ଦିଆଯିବାର ଥିଲା ,କିନ୍ତୁ ଛାତ୍ରୀମାନଙ୍କ କହିବା ଅନୁଯାୟୀ ଗତକାଲି ୨୬ /୦୬/୧୯ ଦିନ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ହୋଇନଥିଲା କି ଆଜି ପଯ୍ୟନ୍ତ ତାହା ହୋଇନାହିଁ ସେଇଥିପାଇଁ ଆଜି ସମସ୍ତ ଛାତ୍ରୀମାନେ ଏକତ୍ର ହୋଇ କଲେଜ ଫାଟକ କୁ ତାଲା ପକାଇବା ସହିତ କଲେଜ ସାମ୍ନାରେ ଧାରଣାରେ ବସି ବିକ୍ଷୋଭ କରିଥିଲେ। ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ମାନଙ୍କ ସହ
ଆଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ କଲେଜ
କର୍ତ୍ତୃପକ୍ଷ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଥାଉକି
ଏହି କଲେଜ ରେ କିଛି ଦିନ ହେବ ପ୍ରିନ୍ସପାଲ ନିଯୁକ୍ତି କୁ ନେଇ ବିବାଦ ଲାଗିରହିଛି।

Leave A Reply

Your email address will not be published.