Webportal

ନିଆଁ ରେ ପୋଡି ଗୁରୁତର

0 217

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପିବଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡି ହୋଇ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଗୋପିବଲଭପୁର ଗ୍ରାମର ବିଭୁତି କଠାର ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ବିଭୁତି ଗୁରିବାର ସକାଳେ ଚୁଲିରେ ନିଆଁ ଲଗାଇ ଚା ତିଆରି କରୁଥିବା ବେଳେ ପିନ୍ଧିଥିବା ଲୁଗାରେ ନିଆଁ ଲାଗିଯାଇଥିଲା ।ଯାହା ଫଳରେ ତାଙ୍କ ଶରୀର ସଂମ୍ପୁର୍ଣ୍ଣ ପୋଡିଯାଇଥିଲା ।ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଦଉଡି ଆସି ନିଆଁକୁ ଆୟତ କରିବା ସହିତ କୋଶଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.