Webportal

ନାଳରେ ଭାସିଗଲେ କଲେଜ ଛାତ୍ରୀ

0 190

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୁଇଁ ଗାଁରେ ନାଳରେ ଭାସିଗଲେ କଲେଜ ଛାତ୍ରୀ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନା ଯେ, ଆଜି ଦିନ ୧ ଘଟିକା ବେଳେ କଲେଜ ରୁ ସାଇକେଲ ଯୋଗେ ସୁନାଭୁଇଁ ଗାଁ ଛାତ୍ରୀ ପ୍ରୀତି ବେହେରା ଫେରୁଥିଲେ। ନାଳ ଉପରେ ଚାରି ଫୁଟ ରେ ପାଣି ଯାଉଥିଲା। ନାଳ ଉପରେ ସାଇକେଲ କୁ ଧରି ଚାଲି ଚାଲି ଯାଉଥିବା ବେଳେ ପାଣି ଆସିବାରୁ ଗୋଡ ଖସି ଯିବାରୁ ଛାତ୍ରୀ ଜନଙ୍କ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ବାସୀ ଖୋଜିବାକୁ ଚେଷ୍ଟା କରୁଥିଲେ। ତା ସହିତ ଅଗ୍ନିସମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି ଖୋଜିବା ଜାରି ରଖିଛନ୍ତି।

Leave A Reply

Your email address will not be published.