Webportal

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

0 255

ଅନୁଗୁଳ ଜିଲ୍ଲାର ନାଲକୋ ନଗର ସିପିପି ପ୍ଲାଣ୍ଟ ମଧ୍ୟରେ ଥିବା ୫ନଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଆନେଶ୍ଚର ୭.୫ରେ ବିଦୂତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଉକ୍ତ ସ୍ଥାନରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି। ୫ନଂ ୟୁନିଟ ରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଉଚିତ ସମୟ ରେ ରକ୍ଷଣାବେକ୍ଷଣ ହୋଇପାରୁ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି। ଅଗ୍ନିକାଣ୍ଡ ଘଟିବା ପରେ ଖବର ପାଇ ନାଲକୋ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳେ ନାଲକୋ କତ୍ତୃପକ୍ଷ ଘଟଣା ରେ ପହଞ୍ଚି ତଦାରଖ କରୁଛନ୍ତି। ତେବେ ନାଲକୋ ପକ୍ଷରୁ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ର କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply

Your email address will not be published.