Webportal

ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟା;ଏଇ ବୋଧେ ପ୍ରେମ ବାନ୍ଧି ରଖିଲା ଦର୍ଶକଙ୍କୁ 

0 182
ସ୍ଥାନୀୟ ସଭାଘର ଠାରେ ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ”ଏଇ ବୋଧେ ପ୍ରେମ”।ନାଟକ ଟିକୁ ରଚନା କରିଥିଲେ ଦିଲୀପ ବଳବନ୍ତ ରାୟ ଓ ନିର୍ଦ୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା।ଭୁବନେଶ୍ବର ର ବିଦ୍ୟା କନକ ସୃଜନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ଏହି ନାଟକ ସ୍ଥାନୀୟ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା।ସହର ସଭ୍ୟତାରେ ଯେତେବେଳେ ମଣିଷ ବୟସର ସାୟାହ୍ନ ରେ ଯେତେବେଳେ ଏକୁଟିଆ ହୋଇଯାଏ ପାଖରେ ପିଲା ମାନେ  ନଥାନ୍ତି ସେତେବେଳେ ସମୟ କାଟି ବାକୁ ମଣିଷ କେତେ ଫନ୍ଦି ଫିକର କରେ।ସକାଳ ଚଲା ଠାରୁ ଚା ଖଟି ସବୁଠି ସାଙ୍ଗ ସାଥିରେ ନିଜକୁ ଖୁସି ରଖିବାକୁ ଚେଷ୍ଟା କରେ।ନିଜର ଦୁଃଖ କୁ ଭୁଲି ଅବିଚଳିତ ଭାବରେ ସ୍ବାମୀ ସ୍ତ୍ରୀ ଜୀବନକୁ ଜିଇଁବା ପାଇଁ ଅନେକ କିଛି ପ୍ରୟାସ କରନ୍ତି।ପିଲାମାନେ ଏ ସବୁ
କଥା କିଛି ବୁଝନ୍ତି ନାହିଁ।ସ୍ବାମୀ ସ୍ତ୍ରୀ ନିଆଁ କୁ ସାକ୍ଷୀ ରଖି ହାତ ସିନା ଧରିଥିଲେ ହେଲେ ନୀୟତିର ନିର୍ଦ୍ଦେଶରେ କିଏ କେତେବେଳେ ଚାଲି ଯିବ ନାଟକ କୁ କରିଛି ଅଶ୍ରୁ ସିକ୍ତ। ଅଭାବଭରା ଆଜିର ଚଳନୀ ଜୀବନର ଚଲାପଥରେ ଅନେକ କଣ୍ଟା ଠିଆ କରିଛି ହେଲେ ବୁଢ଼ା ବୁଢ଼ୀ ଙ୍କ ପ୍ରେମ ଓ ଭଲପାଇବା ସବୁ କଣ୍ଟକିତ ରାସ୍ତା କୁ ଦୁର କରିଛି।ପରିଣତ ବୟସରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଭଲପାଇବା କୁ ନାଟକ ର କଳାକାର ମାନେ ବେଶ୍ ପ୍ରଦର୍ଶିତ କରିଛନ୍ତି।ଆଜିର ନାଟକ ଉତ୍ସବ କୁ ଉଦ୍ଘାଟନ କରିଥିଲେ ପୂର୍ବତନ ପ୍ରଶାସକ ହେମନ୍ତ କୁମାର ଦାସ। ନାଟ୍ୟମ ର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଓ ସମ୍ପାଦକ ସମୀର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Leave A Reply

Your email address will not be published.