Webportal

ନଷ୍ଟ କରାଗଲା ବିପୁଳ ପରିମାଣର ଗଞ୍ଜେଇ ଚାଷ

0 228

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କଙ୍କୁରପାଳ ଗ୍ରାମରେ ଅବକାରୀ  ଓ ବନବିଭାଗ ର ମିଳିତ ଚଢାଉରେ ଶନିବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି।ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ବିଭାଗ ଓ ଛେଣ୍ଡିପଦା ବନ ବିଭାଗ ପକ୍ଷରୁ କଙ୍କୁରପାଳ ରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଅତର୍କିତ ଚଢ଼ାଉ କରାଯାଇ ୬ଟି ପୋଟଳ ବଗିଚା ମଧ୍ୟରେ ଚାଷ ହୋଇଥିବା ୫୦୦୦ି ଗଞ୍ଜେଇ ଗଛକାଟି ସଫା କରି ପୋଡି ଦିଆଯାଇଥିଲା। ଗଞ୍ଜେଇ ଚାଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.