Webportal

ନକାରାତ୍ମକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥିବା ଆଇଏଏସ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା

0 1,618

କୋର୍ଟ ନିର୍ଦ୍ଦେଶ କୁ ବାରମ୍ଵାର କଲେ ବେଖାତିର। ଏମାନଙ୍କ ପାଇଁ କୋର୍ଟ ଯେମିତି ଗୋଟେ ଖେଳନା। ରହସ୍ୟଜନକ ହତ୍ୟା ଭଳି ସଙ୍ଗୀନ ମାମଲାରେ କୋର୍ଟ ହାଜର ହେବାକୁ ଆଦେଶ ଦେଇଥିକେ ମଧ୍ୟ ଭାବିଲେ ଯେ କ୍ଷମତାରେ ଥିବା ହେତୁ କିଛି ହେବନାହିଁ। ତେଣୁ କୋର୍ଟ ନିର୍ଦ୍ଦେଶ କୁ ବେଖାତିର କରିଚାଲିଲେ। ଆଜ୍ଞା ହଁ ଏହି କାରଣରୁ ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ୨୦୧୯ ମସିହାରେ ନିଜର ବ୍ୟକ୍ତିଗତ ସହାୟକଙ୍କ ରହସ୍ୟଜନକ ହତ୍ୟା ମାମଲାରେ ମାଲକାନଗିରିର ଏସଡିଜେଏମ୍ କୋର୍ଟ ଶ୍ରୀ ଅଗ୍ରୱାଲଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଆଇଏଏସ୍ ଶ୍ରୀ ଅଗ୍ରୱାଲ ଗିରଫ ହେବାର ଆଶଙ୍କା ବଢ଼ିଛି । ଶ୍ରୀ ଅଗ୍ରୱାଲ ଏବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।ସୂଚନା ଅନୁସାରେ, ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟ ବାରମ୍ବାର ନୋଟିସ୍ ଜାରି କରିବା ସତ୍ତ୍ୱେ ଶ୍ରୀ ଅଗ୍ରୱାଲ ହାଜର ନହେବାରୁ ଏହି ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଏହି ମାମଲାରେ ଶ୍ରୀ ଅଗ୍ରୱାଲ ନିଜର ସୁରକ୍ଷା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଛନ୍ତି।

Leave A Reply

Your email address will not be published.