Webportal

ଦ୍ୱିତୀୟ ଥର ପାଇଁ ଜେଲରୁ ଚମ୍ପଟ ମାରିଲା କଏଦୀ

0 229

ଆଜିକୁ ନେଇ ଦୁଇ ଦୁଇ ଥର ଜେଲ ର ଅଭେଦ୍ୟ ସୁରକ୍ଷା କୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଛି ଖଣ୍ଡପଡା ଉପ କାରାଗାର ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିବା ତପନ ରାଉତ।ତପନ ର ଘର ଫତେଗଡ଼ ଥାନା ଅଧିନ କରବର ଗାଁ ହାଡୁଆସାହି ଯାହାକୁ ଫତେଗଡ଼ ପୋଲିସ ଏକ ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ କରିଥିଲା ଓ ତାର ଜାମିନ ନାମଞ୍ଜୁର ହେବାରୁ ସେ ଏହି ଉପ କାରାଗାର ରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲା ଓ ଗତ ମେ ମାସ 10 ତାରିଖ ଦିନ ତପନ ଜେଲ କର୍ମଚାରୀ ଙ୍କୁ ଚକମା ଦେଇ ଖସି ପଳାଇ ଥିଲା ଓ ଖଣ୍ଡପଡା ଏବଂ ଫତେଗଡ଼ ପୋଲିସ ମିଳିତ ଚଢ଼ାଉ କରି ତାକୁ ମେ 11 ତାରିଖ ଦିନ ଧରିଥିଲେ ।ଏନେଇ ଖଣ୍ଡପଡା ଥାନାରେ ଏକ ମାମଲା ହେବା ସହ ଜଣେ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ ।ଆଜି ଜିଲ୍ଲା ଜଜ ପରିଦର୍ଶନ କରିବାକୁ ଆସୁଥିବାରୁ ଜେଲ ଅନ୍ତେବାସୀ ମାନେ ସଫେଇ କରୁଥିବା ବେଳେ ତପନ ପୁଣି ଥରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା ଯାହା ଜେଲ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ର ଆଉ ଏକ ଉଦାହରଣ।

Leave A Reply

Your email address will not be published.