Webportal

ଦୁର୍ନୀତିଗ୍ରସ୍ତ ଟାମଡା କର୍ମଚାରୀ ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାର ଦୋଷୀ:ଗଳି ଗଳି ଚର୍ଚ୍ଚା

0 326

ସମ୍ପ୍ରତି ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ମନମୁଖୀ ନିର୍ମାଣ କାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି।ଲୋକମାନେ ମୁକ୍ତ ନିଶ୍ୱାସ ମଧ୍ୟ ନେଇ ପାରୁନାହାନ୍ତି।ଯାହାଦ୍ୱାରା ସେମାନଙ୍କ ମାନବଧିକାର କ୍ଷୁର୍ଣ୍ଣ ହେଉଛି।ଆଉ ଏହାର କାରଣ ହେଲା ଦୁର୍ନୀତିରେ ବୁଡି ରହିଥିବା ଟାମଡା ର କିଛି କର୍ମଚାରୀ। ମିଳିଥିବା ଖବର ଅନୁଯାୟୀ ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାନେ ନିର୍ମାଣ ପାଇଁ ପ୍ଲାନ ଅନୁମୋଦନ କରିବାକୁ ଆସୁଥିବା କିଛି ସମାଜର ଶତ୍ରୁ ସ୍ୱରୂପ ଲୋକଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ନିୟମ ଅନୁଯାୟୀ ପ୍ଲାନ ଅନୁମୋଦନ କରାଇ ନିଜେ ଠିକାରେ ସେହି ନିର୍ମାଣ କାର୍ଯ୍ୟ କରୁଛନ୍ତି।ଯାହାକି ପ୍ଲାନ ଅନୁମୋଦନ ର ବିପରିତେ।ସେମାନେ ଅନୁମୋଦନ ରୁ ନିର୍ମାଣ ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରୁଥିବାରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ନ ଥିବାର ଅଭୟବାଣୀ ମଧ୍ୟ ଦେଉଛନ୍ତି।

ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବେଆଇନ ନିର୍ମାଣ ଗୁଡିକ ଭଙ୍ଗା ନ ଗଲେ ଆଗକୁ ଲୋକମାନେ ବନ୍ଦୀ ଜୀବନ କାଟୁଥିବା ଅନୁବଭ କରିବେ।

Leave A Reply

Your email address will not be published.