Webportal

ଦୁଇ ଦୁଇ ବାଇକକୁ ପିଟିଲା ଦ୍ରୁତଗତି ସ୍କୋରପିଓ : ଜଣେ ଛିଟିକି ପଡିଲେ ପୋଲିଆ ତଳେ ଓ ଅନ୍ୟଜଣେ ପୋଲିଆ ଉପରେ

0 312

ଅନୁଗୁଳ ଜିଲ୍ଲା ସରାଙ୍ଗ ବ୍ରିଜ ଉପରେ ସ୍କୋର୍ପିଓ ଧକ୍କାରେ ଜଣେ ମୋଟର ସାଇକେଲ ଆରୋହି ନଦୀ ଭିତରକୁ ଛିଟିକି ପଡିଥିବା ବେଳେ ଅନ୍ୟ ଜଣେ ଆହତ। ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା ଏକ ସ୍କୋର୍ପିଓ ଗାଡି ବ୍ରିଜ ଉପରର ଦୁଇଟି ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଜଣେ ବ୍ରିଜ ତଳ ନଦୀକୁ ଛିଟିକି ପଡ଼ିଥିଲେ ଏବଂ ଅନ୍ୟ ଜଣେ ବ୍ରିଜ ଉପରେ ପଡି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ତାଳଚେର ଓ ପରଜଙ୍ଗ ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଦୁଇ ଜଣ ହେଲେ ଦିପୁନ ନାଏକ (୨୨), ଓ ସୂର୍ଯ୍ୟକାନ୍ତ ନାଏକ (୨୩) ଓ ଉଭୟ ସରାଙ୍ଗ ଗ୍ରାମର। ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓକୁ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.