Webportal

ଦିନ ଦ୍ବିପହରେ ଘରେ ପଶି ୧୨ ବର୍ଷର ଝିଅ ର ଗଳା କାଟି ହତ୍ୟା

0 200

ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନ ୧୦ଟା ବେଳେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ(୧୨)। ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓରେ ରହୁଥିଲେ। ଆଜି ପୂର୍ବାହ୍ନରେ ନାବାଳିକା ତାଙ୍କ ମାଙ୍କ ସହ ଘରେ ଥିଲେ। ହଠାତ ଏନଟିପିସି ର ରଞ୍ଜନ ବେହେରା ନାମକ ଯୁବକ ଘରେ ଧସେଇ ପଶିଥିଲା। ନାବାଳିକାଙ୍କ ମାଙ୍କୁ ଧକ୍କା ଦେଇଥିଲା। ନାବାଳିକାଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା। ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଏଠାରେ ମୃତ ଘୋଷଣା କରିଛନ୍ତି। ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭିଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ସଦର ଥାନା ପୁଲିସ ପହଞ୍ଚୀ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.