Webportal

ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍

0 150

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀ ଗିରଫ ହେବା ନେଇ ଖବର ସାମ୍ନାକୁ ଆସିଛି। ମାନବ ଚାଲାଣ ମାମଲାରେ କଣ୍ଠଶିଳ୍ପୀଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ। ଆଜି ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ପଞ୍ଜାବ ପୁଲିସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ୨୦୦୩ରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ ହୋଇଥିଲା। ମାନବ ଚାଲାଣ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ୨୦୧୮ରେ ଏହା ଶୁଣାଣି କରିଥିଲେ ପଟିଆଲା କୋର୍ଟ। ଶୁଣାଣି ପରେ ତାଙ୍କୁ ୨ବର୍ଷ ଜେଲ ଦଣ୍ଡ ଦେଇଥିଲେ କୋର୍ଟ । ହେଲେ ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ହେଲେ ପୁଣି ଆଜିି ପଟିଆଲା କୋର୍ଟ ୨୦୧୮ ଦଣ୍ଡାଦେଶ ପରେ ଏହି ମାମଲାର ଏକ ସମୀକ୍ଷା ଶୁଣାଣି କରିଥିଲେ। ଏହି ଶୁଣାଣି ପରେ ଏବେ ଦଲେର ମେହନ୍ଦୀଙ୍କୁ ପୁଣି ଥରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Leave A Reply

Your email address will not be published.