Webportal

ଢେଙ୍କାନାଳ ବିଧାନସଭା ଆସନ ନିର୍ବାଚନୀ ହାଲଚାଲ

0 224

ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା ଚଳିତ ନିର୍ବାଚନ ରେ ଢେଙ୍କାନାଳ ବିଧାନସଭା ଆସନ କେଉଁ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ଯିବାର ଜଣାପଡୁଛି।ଏଠାରେ ଏଥର ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ।ବିଜେପି ପକ୍ଷରୁ ପ୍ରାର୍ଥୀ ହେଇଛନ୍ତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯିଏ କି ପୂର୍ବରୁ ମଧ୍ୟ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇ ସାରିଛନ୍ତି।ଏଥର କିନ୍ତୁ ମୋଦି ହାୱା ର ଫାଇଦା ନେଇ ସେ ଜିତିବା ଆଶାରେ ଅଛନ୍ତି ଯାହା ବହୁତ କଠିନ ଲାଗୁଛି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଇଛନ୍ତି ପୂର୍ବତନ ବିଧାୟକ ଶ୍ରୀ ନବୀନ ନନ୍ଦ ଯିଏ ସଦ୍ୟ ଆସି ଦଳରେ ସାମିଲ ହୋଇଥିଲେ, କିନ୍ତୁ ନିର୍ବାଚନ ମଣ୍ଡଳୀ ରେ ଦଳର ହାୱା ର ଅଭାବ ଓ ଅପୂର୍ଣ୍ଣ ସଂଗଠନ ତାଙ୍କ ଜିତିବା ଆଶା କୁ ନିରାଶ କରିପାରେ।ଏବେ କଥାହେବା ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ସୁଧୀର କୁମାର ସାମଲ ଯିଏ ତାଙ୍କ କ୍ୟାରିଅର ଆରମ୍ଭରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଦ୍ଵିତୀୟ ସ୍ଥାନ ରେ ରହିଥିଲେ, ତା ପରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ଏବଂ ପରେ ସାଂସଦ ପ୍ରାର୍ଥୀ ହୋଇ ଭଲ ଭୋଟ ହାସଲ କରିଥିଲେ। ମୋଟାମୋଟି ଭାବେ ତାଙ୍କର ଏହି ନିର୍ବାଚନ ମଣ୍ଡଳୀ ରେ ଦୃଡ଼ ସଂଗଠନ ଅଛି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାରୀ ଯୋଜନା ଗୁଡିକର ସଫଳତା ,ଅତି ଉତ୍ତମ ଲୋକ ସମ୍ପର୍କ ଓ ନିଜର ଦୃଢ଼ ସଂଗଠନ ବଳରେ ସେ ଜିତି ବିଧାନସଭା ପହଂଚିବା ଲକ୍ଷ ରଖିଛନ୍ତି  ଯାହାକି ସମ୍ଭବ ହେବାର ଯଥେଷ୍ଟ ଆଶା ଅଛି।ମୋଟାମୋଟି ଭାବେ ତ୍ରିମୁଖୀ ଲଢେଇ ହେଉଥିଲେ ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ହେଉଥିବା ଜଣାଯାଉଛି।ଏବେ ଅପେକ୍ଷା ରହିଲା ନିର୍ବାଚନ ପର ଫଳାଫଳ କୁ ଯାହା ସ୍ପଷ୍ଟ କରିଦେବ ଢେଙ୍କାନାଳ ବିଧାନସଭା ଆସନ ରୁ ବିଧାୟକ ଭାବେ ଜନତା କାହାକୁ ନିର୍ବାଚିତ କରୁଛନ୍ତି।

Leave A Reply

Your email address will not be published.