Webportal

ଟାଟା ପାୱାର ରେ ସେସୁ ଅଧିନସ୍ତ ସମସ୍ତ ଶ୍ରମିକ କାର୍ଯ୍ୟ କରିବେ

0 408

ସେସୁ ଅଧୀନରେ କାର୍ୟରତ ସମସ୍ତ ନିୟମିତ ଓ ଠିକାଶ୍ରମିକ ଟାଟା ପାୱାର ଅଧୀନରେ କାର୍ୟ୍ୟ କରିବା ସୁଯୋଗ ପାଇବେ। ସେମାନଙ୍କ ପାଇଁ ଥିବା ଚାକିରି ସର୍ତ୍ତାବଳୀ, ପଦୋନ୍ନତି ଓ ପେନସନ ଆଦି କାର୍ୟ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ସହିତ ଟାଟା ପାୱାର କରିଥିବା ଚୁକ୍ତିନାମାରେ ମଧ୍ୟ ଏହା ଉଲ୍ଲେଖ ରହିଛି। ସର୍ତ୍ତାବଳୀକୁ କୋଭିଡ ମହାମାରୀ ସମୟରେ କୋହଳ କରିବା ପାଇଁ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦରଖାସ୍ତ କରାଯାଇଥିଲା। ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯାଇଥିଲା। ଶକ୍ତିମନ୍ତ୍ରୀ, ଶକ୍ତି ସଚିବ ଏବଂ ନିୟାମକ ଆୟୋଗ ସହ ଆଲୋଚନା ପରେ କମ୍ପାନୀ  ମହାସଂଘକୁ ଲିଖିତ ରାଜିନାମା ପ୍ରଦାନ କରିବା ସହ କୌଣସି ପରିସ୍ଥିତିରେ ଶ୍ରମିକ ଓ କର୍ମଚାରୀଙ୍କ ପୂର୍ବ ଚାକିରି ସର୍ତ୍ତାବଳୀ ଏବଂ ପେନସନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଥିବା ସୂଚନା ମିଳିଛି।  ଠିକାସଂସ୍ଥା ମାଧ୍ୟମରେ ବହୁବର୍ଷ ଧରି ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟକରୁଥିବା କର୍ମଚାରୀଙ୍କୁ ଅତିଶୀଘ୍ର କୁଶଳୀ ଶ୍ରେଣୀକୁ ନିଆଯିବ ଏବଂ ନିୟମିତ କର୍ମଚାରୀଙ୍କ ଭଳି ପୋଷାକ ଓ ପରିଚୟପତ୍ର ସମେତ ସୁରକ୍ଷା ସାମଗ୍ରୀ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ନିୟମିତ କର୍ମଚାରୀ କରାଯିବ। ଚିକିତ୍ସା ସୁବିଧା ନିୟମରେ ପରିବର୍ତ୍ତନ ସହ ଗ୍ରୁପ ହେଲଥ୍ ଇନସ୍ୟୁରାନ୍ସରେ ଅଧିକ କର୍ମଚାରୀଙ୍କ ଭାଗୀଦାରି ପାଇଁ ୬ କିସ୍ତିରେ ଦେୟ ପ୍ରଦାନ ବ୍ୟବସ୍ଥା କାରାଯିବ । ତଳସ୍ତରର କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ନିୟମରେ କୋହଳ କରାଯିବ। ଯେଉଁ କର୍ମଚାରୀମାନେ ସୁପରଭାଇଜର ପ୍ରମାଣପତ୍ର ପାଇଛନ୍ତି ସେମାନଙ୍କୁ ଜୁନିଅର ମ୍ୟାନେଜର ପଦକୁ ପଦୋନ୍ନତି ମିଳିବ। ଯେଉଁମାନେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ସେମାନଙ୍କୁ ମଧ୍ୟ ଉଚ୍ଚପଦବୀକୁ ପଦୋନ୍ନତି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଜୁନିଅର ଆକାଉଣ୍ଟାଣ୍ଟ ଓ ମୁଖ୍ୟ କିରାଣିଙ୍କର ଦରମା ତାରତମ୍ୟକୁ ଦୂରୀଭୂତ କରାଯିବ।

 

Leave A Reply

Your email address will not be published.