Webportal

ଝାରସୁଗୁଡା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିଲମ୍ବନ ଆଦେଶ,ଅଦାଲତ ନିର୍ଦ୍ଦେଶ ବିରୁଦ୍ଧରେ ନୂତନ ମଦ ଲାଇସେନ୍ସ ପ୍ରଦାନ କଣ ଅତ୍ୟଧିକ ରାଜସ୍ୱ ଆଦାୟ ପାଇଁ ସରକାରୀ ଚାପର କାରଣ

0 254

ଏକ ଅବକାରୀ ସମ୍ପର୍କିତ ମାମଲାରେ ଅଦାଲତ ଅବମାନନା ଅଭିଯୋଗ ରେ ହାଇକୋର୍ଟ ନିଲମ୍ବନ ଆଦେଶ ଦେଲେ ଝାରସୁଗୁଡା ଜିଲ୍ଲାପାଳଙ୍କୁ। କେ ବୀଣା ପଟ୍ଟନାୟକ ନାମକ ବ୍ୟକ୍ତିଙ୍କୁ ୨୦୧୮ ମସିହାରେ ଏକ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିଲା ଯାହା ସେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଖୋଲି ପାରି ନ ଥିଲେ। ୨୦୧୯ ରେ ମଦ ଦୋକାନ ସମ୍ପର୍କିତ ସରକାରୀ ଦେୟ ପଇଠ ନ କରିଥିବାରୁ ତାଙ୍କର ଲାଇସେନ୍ସ ନବୀକରଣ ନ କରାଯାଇ ତାଙ୍କୁ ବକେୟା ଥିବା ଦେୟ ପଇଠ କରିବା ପାଇଁ କୁହା ଯାଇଥିଲା ଯାହାକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଥିଲେ।ଏହାର ଶୁଣାଣି କରି ହାଇକୋର୍ଟ ର ଦୁଇଜଣିଆ ଖଣ୍ଡପୀଠ ୧୯ ମାର୍ଚ୍ଚ ୨୦୧୯ରେ ଜିଲ୍ଲାପାଳଙ୍କୁ କୌଣସି କଠୋର ପଦକ୍ଷେପ ନେବା ପାଇଁ ବାରଣ କରିଥିଲେ, କିନ୍ତୁ ଜିଲ୍ଲାପାଳ ତାଙ୍କ ଲାଇସେନ୍ସ କୁ ରଦ୍ଦ କରି ଅନ୍ୟ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରିଥିଲେ ଯାହାକୁ କୋର୍ଟର ଅବମାନନା ବୋଲି ରାୟ ଦେଇ ଜିଲ୍ଲାପାଳଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି ଖଣ୍ଡପୀଠ ତା ସହିତ ଏହି ମାମଲାରେ ଜିଲ୍ଲାପାଳଙ୍କ ସିଧାସଳଖ ସମ୍ପୃକ୍ତି ଅଛି ନା ଅନ୍ୟ କାରଣ ଅଛି ତାର ତଦନ୍ତ କରିବା ପାଇଁ ରାଜସ୍ୱ ସଚିବଙ୍କୁ କୁହାଯାଇଛି।ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ ତାରିଖରେ ହେବ।

Leave A Reply

Your email address will not be published.