Webportal

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

0 316

ଅନୁଗୁଳ ଜିଲ୍ଲାପାଳଙ୍କ ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର କୋର୍ଟ ରୁମ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଶିବିରରେ ଦାଖଲ ହୋଇଥିବା ସମୁଦାୟ ୯୬ଟି ଅଭିଯୋଗରୁ ୭୭ଟି ବ୍ୟକ୍ତିଗତ,୧୪ଟି ଗ୍ରାମ୍ୟ ଭିତ୍ତିକ ସମସ୍ୟା ଓ ୫ଟି ରେଡ଼କ୍ରସ ସହାୟତା ସମ୍ପର୍କିତ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃ5ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଚିକିତ୍ସା ପାଇଁ ୫ଜଣଙ୍କୁ ୧୧୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏହି ଶିବିରକୁ ଆସିଥିବା ଲୋକମାନେ ସାଧାରଣତଃ ଭତା, ଇନ୍ଦିରା ଆବାସ, ବିଜୁ ପକାଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସମସ୍ୟା, ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିସ୍ଥାପନ ଓ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଅଭିଯୋଗ କରିଥିଲେ।

Leave A Reply

Your email address will not be published.