Webportal

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା

ପ୍ରଶାସନ ଜିନ୍ଦଲ ସହିତ ହାତ ମେଳାଇଥିବା ଅଭିଯୋଗ

sanitry
0 29

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା।ପ୍ରଶାସନ ଜିନ୍ଦଲ ସହିତ ହାତ ମେଳାଇଥିବା ଅଭିଯୋଗ।ଅନୁଗୁଳ ସ୍ଥିତ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ବାରମ୍ଵାର ଅଭିଯୋଗ ହେଉଥିଲେ ମଧ୍ୟ ନା ପ୍ରଶାସନ କୌଣସି ପଦକ୍ଷେପ ନେଇଛି ନା ଜିନ୍ଦଲ ଟିକିଏ ବି ସୁଧୁରୁଛି। ଆମ ପ୍ରତିନିଧି କମ୍ପାନୀ ର ଅଧିକାରୀଙ୍କୁ ପାରିପାର୍ଶ୍ବିକ ଉନ୍ନୟନ ର ତଥ୍ୟ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ତାହା ମିଳି ନ ଥିଲା। କାରଣ ସେମିତି କିଛି ନୀୟମ ମୁତାବକ ଉନ୍ନୟନ ଜିନ୍ଦଲ ଦ୍ଵାରା କ୍ଷତିଗ୍ରସ୍ତ ପାରିପାର୍ଶ୍ବିକ ଅଞ୍ଚଳର କରାଯାଇ ନ ଥିବାର ଅଭିଯୋଗ ହେଉଛି। ପାରିପାର୍ଶ୍ୱିକ ଉନ୍ନୟନ କଥା ଛାଡନ୍ତୁ ଜିନ୍ଦଲ କର୍ତ୍ତୃପକ୍ଷ ନିୟମ କୁ ବେଖାତିର କରି ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ସହାୟତାରେ ଜୋର ଜବରଦସ୍ତ ତାର କାମ କରି ଚାଲିଥିବାର ସାଧାରଣରେ ଆଲୋଚନା ହେଉଛି। ଯାହା ସତ୍ୟ ବୋଲି ଜଣାପଡେ। ବର୍ତ୍ତମାନ ର ତାଜା ଘଟଣାରେ ଚଳିତ ମାସ ସାତ ତାରିଖରେ ଏହି କମ୍ପାନୀ ଦ୍ଵାରା ପ୍ରଭାବିତ ରାଇଝରଣ ଗ୍ରାମବାସୀ ସମୂହ ଆତ୍ମହୁତି କରିବାକୁ ଏକାଠି ହୋଇଥିଲେ। ଏହାର କାରଣ ହେଉଛି ଯେ ଜିନ୍ଦଲ ଦ୍ଵାରା ଉତ୍କଳ କୋଲ ବ୍ଲକ ବି ୧, ବି ୨ ଓ ସି ପାଈଁ ଜମି ଅଧିଗ୍ରହଣ କରି ୨୦୨୩ ରେ କୋଇଲା ଖଣି କାର୍ଯ୍ୟ ଆରମ୍ଭ କରାଗଲା। କିନ୍ତୁ ନିୟମ ଅନୁସାରେ ପ୍ରଥମେ କ୍ଷତିଗ୍ରସ୍ତ ପ୍ରଭାବିତ ଲୋକଙ୍କର ସମସ୍ତ ପ୍ରକାରର ଥଇଥାନ ହେବାପରେ କୋଇଲା ଖଣି କାର୍ଯ୍ୟ ଆରମ୍ଭ କରିବା କଥା। କିନ୍ତୁ ଅଭିଯୋଗ ହୋଇଛି ଯେ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଥଇଥାନ କରିବାର ମିଛ ପ୍ରତିଶ୍ରୁତି ନିରୀହ ଗ୍ରାମବାସୀଙ୍କୁ ଦେଇ କାମ ତ ଆରମ୍ଭ କରିଦେଲେ। କିନ୍ତୁ ପ୍ରତିଶ୍ରୁତିର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜର ହକ ଥଇଥାନ ପାଇଁ ପ୍ରଭାବିତ ଗ୍ରାମବାସୀ ମାନେ ବାରମ୍ଵାର ଜିନ୍ଦଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଗୁହାରୀ କଲେ ମଧ୍ୟ କିଛି ଲାଭ ମିଳୁନାହିଁ। ତେଣୁ ବାଧ୍ୟ ହୋଇ ପ୍ରଭାବିତ ଗ୍ରାମବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଅବରୋଧ କରି ନିଜର ଦାବି ପୁରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ ପ୍ରଶାସନିକ ଅଧିକାରୀ ଏପରି କଲେ ସେମାନଙ୍କର ରାସନ ସୁବିଧା ବନ୍ଦ କରିବାକୁ ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଗତ ସାତ ତାରିଖରେ ନୀରିହ ଗ୍ରାମବାସୀମାନେ ସମସ୍ତଙ୍କ ସମ୍ମୁଖରେ ଆତ୍ମହୁତି କରିବାକୁ ନିର୍ଣ୍ଣୟ ନେଇଥିଲେ। ପରେ ପ୍ରଶାସନ ର ଲୋକଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆତ୍ମହୁତି ଚେଷ୍ଟା ରୁ ଓହରିଥିଲେ। କୀନ୍ତୁ ପରବର୍ତ୍ତୀ ସମୟରେ ଯଦି ପ୍ରତିଶୃତି ପୂରଣ ନ ହୁଏ ତେବେ ସେମାନେ ନିଜର ନିର୍ଣ୍ଣୟ ନେବେ ବୋଲି କହିଛନ୍ତି। କେତେ ଦୁଃଖ ଓ ପରିତାପର ବିଷୟ ଯେ ଗୋଟାଏ ବେସରକାରୀ କମ୍ପାନୀ କୁ ଲାଭ ଦେବାପାଇଁ ସମସ୍ତ କଳ ଲାଗି ପଡିଛନ୍ତି। ସେପଟେ ଜିନ୍ଦଲ କମ୍ପାନୀ ର କୋଇଲା ଖଣି ଯୋଗୁଁ ଲୋକମାନେ ନିଜର ଆୟୁଷ କମ ହେଉଥିବାର ଅନୁଭବ କରୁଛନ୍ତି। ଜଳସ୍ତର ମଧ୍ୟ ତଳକୁ ଖସି ଗଲାଣି। ତେଣୁ ପାଣି କଷ୍ଟ ମଧ୍ୟ ରହିଛି ଏହି ନୀରିହ ଲୋକଙ୍କ ଭାଗ୍ୟରେ। ଜିନ୍ଦଲ କର୍ତ୍ତୃପକ୍ଷ ଲାଭ ମନୋବୃତୀ ରଖୁଛନ୍ତି ରଖନ୍ତୁ, କିନ୍ତୁ ସାଧାରଣ ଲୋକଙ୍କ ଜୀବନ ବଦଳରେ ନୁହେଁ। ପ୍ରଭାବିତ ଲୋକଙ୍କର ନିୟମ ଓ ମାନବିକତା ଅନୁଯାୟୀ ଉପଯୁକ୍ତ ପୁନର୍ବାସ ଓ ଥଇଥାନ କରି ଜିନ୍ଦଲ କମ୍ପାନୀ ନିଜର ଲାଭ କଥା ଚିନ୍ତା କରିବା ଉଚିତ।

Square Ad 1
Leave A Reply

Your email address will not be published.