Webportal

ଜାତୀୟ ରାଜପଥ ୫୫ ରେ ପୁନର୍ବାର ଦୁର୍ଘଟଣା ରେ ଚାଲିଗଲା ଆଉ ଏକ ବହୁମୂଲ୍ୟ ଜୀବନ

0 355

ଆଜି ପୁଣି ଜାତୀୟ ରାଜପଥ ୫୫ ରେ ଯାଇଛି ଆଉ ଜଣଙ୍କ ଜୀବନ ।ସବୁଦିନିଆ କମ୍ପାନୀ ଡ୍ୟୁଟି କୁ ଯାଉଥିବା ବେଳେ ଟ୍ରକ ଚକାତକେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛି । ଅନୁଗୁଳ ଟାଉନ ଥାନା ର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିକ୍ରମ ରାଉତରାୟ। ତାଙ୍କ ଘର ଜଗସିଂପୁର ଜିଲା ରେ ବୋଲି ଜଣା ପଡିଛି। ଆହତ ଜଣକ ହେଲେ କରଣ ବିର ଗୋପୀ। ଉଭୟ ଜେଏସପିଏଲ କମ୍ପାନୀ ରେ ଡିୟୁଟି ପାଇଁ ଯାଉଥିବା ବେଳେ ରାଜପଥ ୫୫ ଅତିକ୍ରମ କରୁଥିଲେ। ଠିକ ସେହି ସମୟରେ ଏକ ଆଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣା କୁ ନେଇ ଉତ୍ତେଜନା ଲାଗି ରହିଛି ।ଲୋକେ ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି।

Leave A Reply

Your email address will not be published.