Webportal

ଜାତୀୟ ମତଦାତା ଦିବସ ପାଳିତ

0 278

ଆଜି ପୂର୍ବାହ୍ନରେ ୧୦ମ ଜାତୀୟ ମତଦାତା ଦିବସ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ର କୁ ସୁଦୃଢ କରିବା ପାଇଁ ମତଦାତା ମାନେ ନିର୍ବାଚନରେ ବହୁସଂଖ୍ୟାରେ ମତଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଭୋଟର ତାଲିକା ପଞ୍ଜିକରଣ ତଦାରଖ, ପ୍ରଲୋଭନ ରେ ନପଡ଼ି ଭୋଟ ଦେବା ସହ ଅନ୍ୟମାନଙ୍କୁ ପ୍ରବର୍ତ୍ତେଇବା,ଯୁବବର୍ଗ ବହୁ ମାତ୍ରାରେ ସାମିଲ ହେବା ଆଦି ପାଇଁ ସେ ଆହ୍ୱାନ ଦେଇଥିଲେ।ବିଗତ ନିର୍ବାଚନରେ ଆମ ଦେଶର ନିର୍ବାଚନ ବିଶ୍ୱରେ ଉଚ୍ଚକୋଟୀର ହେଇଥିବାର ଶ୍ରେୟ ଭୋଟରମାନଙ୍କର।ନିର୍ବାଚନ ଆୟୋଗ ଆଜି ଦିନରେ ସ୍ଥାପିତ ହେଇଥିବାରୁ ଆଜି ଦିନକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ।ଏହାର ଲକ୍ଷ୍ୟ ଗଣତନ୍ତ୍ର ର ଭିତ୍ତିଭୂମି ସୁଦୃଢ କରିବା ଓ ମତଦାନ ହାରକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।ଏହି ଅବସରରେ ନୂତନ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି ଓ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.