Webportal

ଜରୁରୀ ହୋଇଯାଇଛି ବେଆଇନ ଶିକାର ରୋକିବା

0 307

ଅନୁଗୁଳ ଜିଲ୍ଲା ବନ୍ତଳା ଅନୁଗୁଳ ରେଞ୍ଜ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶିକାରୀ ଆତଙ୍କ।ଗତ କିଛି ଦିନ ଧରି ବନ୍ତଳା ଅନୁଗୋଳ ରେଞ୍ଜ କୁମୁରିସିଂହl ପଞ୍ଚାୟତ ଅଧୀନରେ ଥିବା କାବୁଲି ପାଳ ମନ୍ଦିର ଗିରି ପାହାଡ଼ ମଧ୍ୟରେ ଜନ୍ତୁ ଶିକାର ପାଇଁ ଏଗାର କେଭି ବିଦ୍ୟୁତ ତାରରେ ହୁକ ପକାଇ ଜିଆଇ ତାର ବିଛାଉଥିବା ବେଳେ ଡିଏଫ ଓ ଭି .କାର୍ତ୍ତିକ ଙ୍କ ନିର୍ଦେଶ କ୍ରମେ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟର ଅଶୋକ ପ୍ରଧାନ ଙ୍କ ସମେତ ବନ ବିଭାଗ କର୍ମଚାରୀ ଜଗିରହି କୁମୁରିସିଂହl ଗ୍ରାମର ଦିଲ୍ଲୀପ କୁମାର ବେହେରା ଓ କାବୁଲି ପାଳ ଗ୍ରାମର ପ୍ରମୋଦ ଭୋଇ ଙ୍କୁ କାବୁ କରି କୋର୍ଟ ଚାଲାଣ କରିବା ସହ ୩ କିଲୋମିଟର ଜିଆଇ ତାର ଜବତ କରିଥିଲେ। ଆହୁରି ମଧ୍ୟ ଅନୁଗୁଳ ବନାଞ୍ଚଳ ମୁଷlପlପୁଲି ଗ୍ରାମ ଜଙ୍ଗଲ ନିକଟରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜିଆଇ ତାରକୁ ସନ୍ଧ୍ୟା ସମୟରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଜବତ କରିଥିଲେ। ବିଦ୍ୟୁତ ତାରରେ ହୁକ ପକାଇବା ଫଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କlଟ ହେଉଥିବାରୁ ସାଧାରଣ ଲୋକଙ୍କୁ ଅନ୍ଧାର ରେ ରହିବାକୁ ପଡୁ୍ଛି। ଆଶା କରାଯାଉଛି ବନବିଭାଗ କର୍ମଚାରୀ ମାନଙ୍କ ପରିଶ୍ରମ ଦ୍ୱାରା ଏପରି ବେଆଇନ ଶିକାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରିବ ଓ କୌଣସି ପ୍ରକାର ବଡ଼ ଅଘଟଣ କୁ ଏଡାଇ ଦିଆ ଯାଇପାରିବ।

Leave A Reply

Your email address will not be published.