Webportal

ଜମିହରାଙ୍କୁ ଚାକିରୀ ନ ମିଳିବାରୁ ଆତ୍ମାହୁତି ଉଦ୍ୟମ:ପୋଲିସ କଲା ଉଦ୍ଧାର: ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

0 319

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଅନଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ଜଣେ ବାପା ଏବଂ ତାଙ୍କ ପୁଅକୁ ପୁଲିସ କାବୁ କରିଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ହେଉଛନ୍ତି ତାଳଚେର ସୁଲୁଡ଼ା ଗ୍ରାମର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ। ସୂଚନା ଅନୁସାରେ ସୁରେଶ ବେହେରାଙ୍କର ଖଣ୍ଡେ ଜମିକୁ ‘ଏମ୍‌ସିଏଲ୍‌’ର ଭରତପୁର ଖଣି ନିମନ୍ତେ ଅଧିଗ୍ରହଣ କରାଯାଇଥିଲା। କ୍ଷତିପୂରଣ ବାବଦକୁ ଅର୍ଥରାଶି ମିଳିଥିଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆଜିଯାଏ ଚାକିରି ଖଣ୍ଡେ ମିଳିନାହିଁ। ଏ ନେଇ ସେମାନେ ବହୁବାର ‘ଏମ୍‌ସିଏଲ୍‌’ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା।ତେଣୁ, ନିରାଶ ସୁରେଶ ଓ ତାଙ୍କ ପୁଅ ଅଜୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇବାକୁ ଯାଉଥିଲେ। ଏହି ସମୟରେ ପୁଲିସ ସେମାନଙ୍କୁ କାବୁ କରି ଆତ୍ମାହୁତି ଦେବାରୁ ନିବୃତ କରିଥିଲା।
ଏ ସଂକ୍ରାନ୍ତରେ ଅନଗୁଳ ଜିଲ୍ଲାପାଳ ବାପପୁଅଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ ନିମନ୍ତେ ତାଳଚେର ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.