Webportal

ଜନ୍ମାଷ୍ଟମୀରେ ବେଆଇନ ଭାବେ ହେଲା ସାରଥିଙ୍କ ଆଶ୍ରମରେ ପୂଜା

0 134

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ ଥିବା ସାରଥି ଆଶ୍ରମ ଭିତରେ ସାରଥି ଭକ୍ତମାନେ ଜନ୍ମାଷ୍ଟମୀ ପୂଜା କରିଛନ୍ତି। ସାରଥି ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ହୋଇଥିବାବେଳେ ସେହି ପୂଜା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାରଥୀ ଆଶ୍ରମକୁ ତାଙ୍କ ଭକ୍ତ‌ମାନେ ଗତକାଲି ଜୋର ଜବରଦସ୍ତ କବଜା କରି ନେଇଥିଲେ | ଆଉ ଭକ୍ତ‌ ଅନୁଗତମାନେ‌ ଆଶ୍ରାମରେ‌ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ରଖି‌ ପୂଜାର୍ଚ୍ଚନା କରିଛନ୍ତି | କେବଳ ଏତିକି ନୁହେଁ ଜନ୍ମାଷ୍ଟମୀ ଓ‌ ନନ୍ଦୋତ୍ସବ ଅବସରରେ ଆଶ୍ରମରେ ହୋମ‌ ମଧ୍ୟ କରାଯାଇଛି | ତେବେ ଅଦାଲତଙ୍କ‌ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନାକୁ‌ ବାରଣ‌ କରାଯାଇଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି‌) ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି‌ ନାହିଁ |

ଏହା ସତ୍ତ୍ୱେ ଆଶ୍ରମ ଭିତରକୁ ୪୦ରୁ‌ ୫୦ ଜଣ‌ ସାରଥି ଭକ୍ତ‌ ଓ‌ ସମର୍ଥକ ‌କେମିତି ପ୍ରବେଶ କଲେ ଓ ସେଠାରେ ସାରଥିଙ୍କ‌ ଫଟୋ ରଖି ‌କେମିତି ପୂଜା କଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ଏନେଇ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଦୋଷ ଲଦି ପୁଲିସ୍ ଓ‌ ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି | ଏହି ଘଟଣାକୁ ନେଇ ‌ଗାଁ ‌ସମେତ ସମଗ୍ର‌ ଅଞ୍ଚଳରେ ଚାପା‌ ଉତ୍ତେଜନା ପ୍ରକାଶ ପାଇଛି | ୨୦୧୫ ଅଗଷ୍ଟ ୧୫ ତାରିଖରେ ସାରଥୀ ମହିଳାଙ୍କୁ ନିର୍ଯାତନା ଓ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ।

ସେବେଠାରୁ ଏହି ଆଶ୍ରମ ବନ୍ଦ ରହିଛି । ୨.୪୭ ଏକର ଜମି ଉପରେ ନିର୍ମିତ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ଉପରେ କଟକଣା ରହିଛି । ସୂଚନାଯୋଗ୍ୟ ଯେ, ୨୦୧୯ରୁ ସାରଥୀ ଜାମିନ ପାଇ ଜେଲରୁ ବାହାରିଥିଲେ ବି ବାରିମୂଳ ଆଶ୍ରମକୁ ତାଙ୍କ ଯିବା ଉପରେ କଟକଣା ଲଗାଇଛନ୍ତି କୋର୍ଟ । ଆଉ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସାରଥୀ ଆଶ୍ରମକୁ ଯାଉନାହାଁନ୍ତି ।

Leave A Reply

Your email address will not be published.