Webportal

ଛେଣ୍ଡିପଦାରେ ଖୋଲିଲା ବିଚାର ବିଭାଗୀୟ ଅଦାଲତ

0 192

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଦର ମହକୁମାରେ ଦେୱାନୀ ବିଵାରପତି (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଅାଜି ଉଦଘାଟିତ ହୋଇଯାଇଛି ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଯୋଗ ଦେଇ ଛେଣ୍ଡିପଦାରେ ନିର୍ମିତ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ଅଦାଲତକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଏ ଅଂଚଳବାସୀ ତଥା ମହକିଲ ମାନଙ୍କ ସୁବିଧା ନିମନ୍ତେ ଛେଣ୍ଡିପଦାରେ ନୂତନ ଅଦାଲତ ଖୋଲାଯାଇଛି କହି ମହକିଲ ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଓକିଲ ସଂଘର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଛେଣ୍ଡିପଦାର ନୂତନ ଅଦାଲତର ପ୍ରଥମ ବିଚାରପତି ଭାବେ ଶାନ୍ତା ସାମଲ ଦାଇତ୍ୱ ଗ୍ରହଣ କରିବା ସହିତ ପ୍ରଥମ ଦିନରେ ଅବକାରୀ ମାମଲାର ଶୁଣାଣି କରିଥିଲେ ।

Leave A Reply

Your email address will not be published.